ବୁଦ୍ଧଖୋଲ ପାଦଦେଶରେ ଅଜୈବିକ ବର୍ଯ୍ୟବସ୍ତୁ ମୁକ୍ତ ଅଭିଯାନ
ବୁଗୁଡ଼ା : ତା ୧୮/୦୫/୨୩ : ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲର ପାଦଦେଶରେ ବ୍ରହ୍ମପୁରର ସାତ୍ତଭିକ୍ ସୋଲ୍ ଫାଉଣ୍ଡେସନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପିପୁଲ୍ସ କଲେଜର ଏନସିସି କ୍ଯାଡେଟମାନଙ୍କ ସହଯୋଗରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ସ୍ବେଚ୍ଛାସେବୀମାନେ ବୁଦ୍ଧଖୋଲ ପାଦଦେଶ ପରିସରରେ ଏଣେ ତେଣେ ପଡିଥିବା ପ୍ଲାଷ୍ଟିକ ଓ କାଚ ଭଳି ଅଜୈବିକ ବର୍ଯ୍ୟବସ୍ତୁ ଗୁଡିକୁ ସଂଗ୍ରହ କରିବା ଅଭିଯାନରେ ଲାଗିପଡିଥିଲେ । ଫାଉଣ୍ଡେସନର ଜିଲ୍ଲା ସଂଯୋଜକ ଭରତ ଗୌରବ ଦାଶ ଓ ସୁନିତା ନାୟକଙ୍କ ମାର୍ଗ ଦର୍ଶନରେ ଆଞ୍ଚଳିକ ସଦସ୍ୟ ବିନାୟକ ପାଢୀ , ଇପ୍ସିତା ଦାଶ ଓ ଅଚ୍ୟୁତ ନାୟକଙ୍କ ନେତୃତ୍ବରେ ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିଲା । ସ୍ବେଚ୍ଛାସେବୀଙ୍କ ଏତାଦୃଶ ଅଭିଯାନ ଫଳରେ ବୁଦ୍ଧଖୋଲ ପାଦଦେଶ ଅଜୈବିକ ବର୍ଯ୍ୟବସ୍ତୁ ମୁକ୍ତ ହୋଇଥିବାରୁ ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଇଥିବା ଜଣାଯାଇଛି ।