March 10, 2026

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ବ ରକ୍ତଚାପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

082dd47e-09b3-4550-8b05-214a445b3741
Share

ପାରଳାଖେମୁଣ୍ଡି୧୮/୫(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରଶିକ୍ଷଣ ୟୁନିଟ ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନ୍ତର୍ଗତ ଏନସିଡ଼ି ସେଲ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସି ଡିଏମ ପିଏଚଓ ଙ୍କ କାର୍ଯ୍ୟାଳୟ ପରିସରରୁ ଉଚ୍ଚ ରକ୍ତଚାପ ଠାରୁ ଦୂରେଇ ରହିବା ପାଇଁ ଏକ ସଚେତନତା ପ୍ରଚାର ଅଭିଯାନଗାଡ଼ିରଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପ୍ରଚାର ଅଭିଯାନ ଗାଡ଼ିର ଶୁଭାରମ୍ଭ ବେଳେ ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟ ଅଧିକାରୀ ଗଣ ଏବଂ ଏଏନଏମ ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରୀମାନେ ଉପସ୍ଥିତ ଥିଲେ ।ପରେ ପୂର୍ବାହ୍ନ ୧୦ ଟାରେ ଏହି ଅବସରରେ ସିଡ଼ିଏମ
ପିଏଚଓ କାର୍ଯ୍ୟାଳୟର ପ୍ରଶିକ୍ଷଣ ୟୁନିଟ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଜିଲ୍ଲାମୁଖ୍ୟଚିକିତ୍ସାଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଉଚ୍ଚ ରକ୍ତଚାପ କଣ , ଏହା ମଣିଷ ଦେହରେ କାହିଁକି ହୋଇଥାଏ , ଏହାର କାରଣ , ନିରାକରଣ ଓ ସାବଧାନତା ଉପରେ କହି ଏହା ଏକ ନୀରବ ଘାତକ , ଏହି ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଶାରିରୀକ ପରିଶ୍ରମ କରିବା ସହ ଲୁଣ ଓ ଚର୍ବି ଜାତୀୟ ଖାଦ୍ୟ କମାଇବା ସହ ଧୂମପାନ , ମଦ୍ୟପାନ ଓ ମାନସିକ ଅବସାଦ ଠାରୁ ଦୂରେଇ ରୁହନ୍ତୁ , ଏହା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ପରୀକ୍ଷା କରାଇ ଔଷଧ ଖାଇ ସୁସ୍ଥ ରହିବାକୁ କହିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚଓ ଡିସି ଡ଼ାଃ ଆନନ୍ଦ ଚନ୍ଦ୍ର ସାମନ୍ତରାୟ , ଏଡିପିଏଚଓ ଲେପ ଡ଼ାଃ ଇନ୍ଦିରା ମହାପାତ୍ର ଏବଂ ଡିପିଏମ ସୌମ୍ୟା ରାଣୀ ଗୌଡ଼ ପ୍ରମୁଖ ମଞ୍ଚାସିନ ରହି ଉଚ୍ଚ ରକ୍ତଚାପ କାହିଁକି ହୋଇଥାଏ , ଏହାର ଭୟାବହତା ଏବଂ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ କଣ ସବୁ ସତର୍କତା ଓ ସାବଧାନତା ପାଳନ କରିବାକୁ ହେବ , ସେ ସବୁର ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟତ୍ରୀ , ଏଏନଏମ: ପ୍ରଶିକ୍ଷଣ ଛାତ୍ରୀ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।