ରାଉଳି ବନ୍ଧ ଗ୍ରାମବାସୀଙ୍କ ବିରୋଧ

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା
ପଥର କୁଆଁରୀ ଓ କ୍ରସର କମ୍ପାନୀ କୁ ଗଞ୍ଜାମ ବ୍ଲକର ମଲାଡ଼ ପଞ୍ଚାୟତର ରାଉଳିବନ୍ଧ ଗ୍ରାମବାସୀ ଙ୍କ ଘୋର ବିରୋଧ କରାଯାଇଛି l ଏନେଇ ଶୁକ୍ରବାର ପଥର କୁଆଁରୀ ଓ କ୍ରସର କମ୍ପାନୀ ନିକଟରେ ଗ୍ରାମର ଶହ ଶହ ମହିଳା ଓ ପୁରୁଷ ପହଞ୍ଚି ହୋ ହାଲା କରିବା ସହ ଘୋର ପ୍ରତିବାଦ କରିଛନ୍ତି l ଖବର ନେବାରେ ଜଣା ପଡିଛି ଗୋପାଳପୁର ମୌଜା ସନ୍ତୋଷପୁର ପଞ୍ଚାୟତ ରେ କ୍ରସର କମ୍ପାନୀ କିଛିଦିନ ତଳେ ଆରମ୍ଭ ହୋଇଛି l ତାରି ଅନତିଦୂରରେ ୟୁଡ଼ିଏସ ପୁର ପଞ୍ଚାୟତ ରେ ପଥର କୁଆଁରୀ ଲିଜ ନେଇ ପଥର ଫଟା ଯାଉଛି l ଫଳରେ ଉକ୍ତ ରାସ୍ତା ଦେଇ ଯାଉଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିପଦ ରହିଛି l ଅନ୍ୟପଟେ ଉକ୍ତ ସ୍ଥାନରେ ରାଉଳିବନ୍ଧ ଗ୍ରାମବାସୀ ଙ୍କ ଶସ୍ୟକ୍ଷେତ୍ର ଓ କାଜୁ ତୋଟା ରହିଛି l ଉକ୍ତ ପଥର କୁଆଁରୀ ଓ କ୍ରସର କମ୍ପାନୀ ଦ୍ୱାରା ଯଥେଷ୍ଟ କ୍ଷତି ସହିବାର ସମ୍ଭାବନା ରହିଥିବା ଅଂଚଳବାସୀ ପ୍ରକାଶ କରିଛନ୍ତି l ଯାହାକୁନେଇ ଗ୍ରାମବାସୀ ଘୋର ପ୍ରତିବାଦ ସ୍ୱର ଉଠାଇଛନ୍ତି l
ଡ଼ି ଡ଼ି ବିଲଡର ଉକ୍ତ ଲିଜ ଜିଲ୍ଲା ପ୍ରଶାସନ ଠାରୁ ଆଣିଥିବା ବେଳେ ତାହା ଅନ୍ୟ କମ୍ପାନୀ ଧନଲକ୍ଷ୍ମୀ କୁ ଦେଇଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି l କିଛି ବର୍ଷ ତଳେ ଉକ୍ତ ସ୍ଥାନରେ ପଥର ବ୍ଳାଷ୍ଟ ବେଳେ ଦୁଇ ଜଣ ଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ପ୍ରତିବାଦ ବେଳେ ପୂର୍ବତନ ସମିତିସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ, ଯୁବନେତା ଲିଙ୍ଗରାଜ ମହାପାତ୍ର, ସରପଞ୍ଚ ମମତା ବେହେରା, ଗ୍ରାମ୍ୟ ସଭାପତି ବୁଦ୍ଧିଆ ରେଡି ପ୍ରମୁଖ ଉପସ୍ଥିତ ରହିଥିଲେ l ଆଗାମି ଦିନରେ ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି l