May 14, 2026

ଗଜପତି ଜିଲ୍ଲା ରେ କାଳ ବୈଶାଖୀ ର ତାଣ୍ଡବ, ପବନ ବେଗରେ ଉଡ଼ିଲା ଛପର—

IMG-20250418-WA0068
Share

ଆଜି ଅପରାହ୍ନ ସମୟରେ ଗଜପତି ଜିଲ୍ଲା ର ମୋହନା ଓ ଆର୍. ଉଦୟଗିରୀ ବ୍ଲକ ରେ କାଳ ବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳିଥିଲା। ଯାହା ଫଳରେ ଅଧିକାଂଶ ଲୋକଙ୍କ ଘର ର ଛପର ଉଡ଼ାଇ ନେଇଯାଇଥିବା ଦେଖିବାକୁ ମିଳିଥିଲା। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଏହି ତାଣ୍ଡବ ରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଡେଙ୍ଗାଆମ୍ବ ଗାଁ ରେ ବର୍ଷା ପବନ ଯୋଗୁଁ ଗୁଡୁ ମଳିକ, କାଳୁ ମଳିକ, ରବି ମଳିକ ଙ୍କ ଟିଣ ଛପର ଉଡ଼ାଇ ନେବା ଫଳରେ ଘରେ ଗଚ୍ଛିତ ରଖା ଯାଇଥିବା ଧାନ, ଚାଉଳ ଆସବାବ ପତ୍ର ନଷ୍ଟ ହୋଇ ଯାଇଛି। ସେହିପରି ଆର୍.ଉଦୟଗିରୀ ବ୍ଲକ ଅନ୍ତର୍ଗତ ରାମଗିରି ଗାଁ ରେ ପ୍ରସିଦ୍ଧ ମାଁ କୁରେଇଶୁଣି ମନ୍ଦିର ପରିସର ରେ ଥିବା ଯୁବକ ସଂଘ ଗୃହ ସମ୍ପୂର୍ଣ୍ଣ ଟିଣ ଛପର ଉଡ଼ାଇ ନେଇଛି।