September 18, 2026

କଳାହାଣ୍ଡି ଜିଲ୍ଲା ଭି.ଏଲ.ଇ ସଙ୍ଘର ସ୍ୱାଭିମାନ ଯାତ୍ରା।

IMG-20250418-WA0063
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଆଜି ଭବାନୀପାଟଣା ଠାରେ ଜିଲ୍ଲା ଭି.ଏଲ.ଇ ସଂଘ ତରଫରୁ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ଭାବେ ସ୍ୱାଭିମାନ ଯାତ୍ରା କରାଯାଇଥିଲା। ଖବର ଅନୁଯାଇ ଗତ ୧୧ ତାରିଖରେ ଗୋଲାମୁଣ୍ଡା ଠାରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ ଉପଲକ୍ଷେ ଏକ ସଭାରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ନିଜ ଅଭିଭାଷଣରେ, ଭାରତ ସରକାରଙ୍କ ଐତିହାସିକ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଥିବା ଭି.ଏଲ.ଇ ଓ ସି.ଏସ.ସି କର୍ମୀଙ୍କୁ ବାରମ୍ବାର କୁଠାରାଘାତ କଲାଭଳି ମନ୍ତବ୍ୟ ଦେଇଥିବାରୁ ଭି.ଏଲ.ଇ ଓ ସି.ଏସ.ସି କର୍ମୀଙ୍କ ମଧ୍ୟରେ ଭୀଷଣ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ଆଜି କଳାହାଣ୍ଡି ଭି.ଏଲ.ଇ ସଙ୍ଘର ସଭାପତି ଶ୍ରୀ ଯଶୋବନ୍ତ ବେହେରାଙ୍କ ନେତୃତ୍ୱରେ ଉପସଭାପତି ଶ୍ରୀ ସଞ୍ଜୟ ସରାଫ, ସମ୍ପାଦକ ଶ୍ରୀ ଗଣେଶ ପଣ୍ଡା ତଥା କୋଷାଧ୍ୟକ୍ଷ୍ୟ ଶ୍ରୀ ରଶ୍ମିରଂଜନ ସାହୁଙ୍କ ସହଯୋଗରେ ଶହଶହ ସଂଖ୍ୟାରେ ଭି.ଏଲ.ଇ ଓ ସି.ଏସ.ସି କର୍ମୀ ଏକ ସ୍ୱାଭିମାନ ଯାତ୍ରା କରି ପ୍ରଥମେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ କଳାହାଣ୍ଡି ଜିଲ୍ଲାପାଳଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଜଣାଇଥିଲେ ଯେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ ହେବ ଭି.ଏଲ.ସି ଓ ସି.ଏସ.ସି କର୍ମକର୍ତ୍ତାମାନେ ସୁଭଦ୍ରା ଯୋଜନା ଭଳି ଯୋଜନାଗୁଡିକ ତଥା ଆୟୁଷ୍ମାନ ଯୋଜନାରେ ସୁଲଭ ମୂଲ୍ୟରେ ସ୍ଵେଛା ଭାବରେ ଲୋକଙ୍କୁ ସେବା ଯୋଗାଇ ଆସୁଥିବାବେଳେ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ନିଜେ ଶାସକ ଦଳର କର୍ମକର୍ତ୍ତା ହୋଇ ଏପରି ଅପମାନ ଜନକ କଥା କହିବା ଅତ୍ୟନ୍ତ ଦୁଃଖର ବିଷୟ ଏବଂ ଏଥିପାଇଁ ଶ୍ରୀ ମହାନନ୍ଦ ଭି.ଏଲ.ସି ସଂଘ ନିକଟରେ କ୍ଷମା ମାଗନ୍ତୁ ତଥା ଏଭଳି ଘଟଣାର ପୁନରାବୃତ୍ତି ନହୁଏ। ଦାବି ଉପସ୍ଥାପନ ପରେ ଜିଲ୍ଲାପାଳ ସଂଘର କର୍ମକର୍ତ୍ତାଙ୍କୁ ଏ ବିଷୟରେ ଗୁରୁତର ସହ ବିଚାର କରିବେ ବୋଲି ଆଶ୍ୱାସନା ଦେଇଥିଲେ ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସ୍ୱଭିମାନ ଯାତ୍ରା ବାହାରି ସହର ପରିକ୍ରମା କରି ଟାଉନ ହଲ ଠାରେ ଶେଷ ହୋଇଥିଲା। ଏହାଛାଡ ଏହି ବିଷୟଟି ଅତି ସମ୍ବେଦନଶିଳ ହୋଇଥିବାରୁ ସଂଘ ଦ୍ୱାରା ବି.ଜେ.ପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, କଳାହାଣ୍ଡି ଜିଲ୍ଲା ବି.ଜେ.ପି ସଭାପତି, କଳାହାଣ୍ଡି ଏମ.ପି, ଧର୍ମଗଡ ଏମ.ଏ ଲ.ଏ, ସିଏସସି ଡିଏମ କଳାହାଣ୍ଡି, ସି.ଏସ.ସି ଏସ.ଏଚଓ ଭୁବନେଶ୍ୱରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।