ବେହେଡ। ଠାରେ ବିଜେଡି ପକ୍ଷ ରୁ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୭ ତମ ତିରୋଧାନ ଦିବସ ପାଳିତ…….
ଉମରକୋଟ – ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡ। ଠାରେ ଥିବା ତାରିଣି ମନ୍ଦୀର ଠାରେ ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ବିଜେଡି ଦଳ ପକ୍ଷରୁ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳନ ହେଇଥିଲା। ସଭା ପୂର୍ବରୁ ସ୍ୱର୍ଗତ ବିଜୁ ବାବୁ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭା କାର୍ଯ୍ଯ ଆରମ୍ଭ ହେଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବିଜେଡିର ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ତଥା କେସିସି ବ୍ୟାଙ୍କ ସଭାପତି ଈଶ୍ୱର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ବ୍ଲକ ବିଜେଡ଼ିର ସଭାପତି ମନୋଜ କୁମାର ଧଳ ସଭାପତିତ୍ବ କରିଥିଲେ।ଏହି ଅବସର ରେ ବିଜେଡି ର ଉମରକୋଟ ବିଧାନ ସଭାର ପ।ର୍ଥିନୀ ନବୀନ। ନାୟକ,ଉମରକୋଟ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ, ନବରଙ୍ଗପୁର ଜିଲ୍ଲା ଏସଡିସି ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, ଜିଲ୍ଲା ପରିଷଦ ଉପ ସଭାପତି ଲିପିକା ବାରୋଇ, ପୂର୍ବତନ ନଗରପାଳ ଝ।ଡେଶ୍ୱର ମହାନ୍ତି,ଜିଲ୍ଲା ବିଜେଡି ମହିଳା ଉପ ସଭାନେତ୍ରୀ ବେବିନା ଧଳ, ତପନ କୁମାର ଦେବ ନ।ଥ, ପୂର୍ବତନ ବିଧାୟକ ସୁବାସ ଗଣ୍ଡ, କାଳୁ ପଣ୍ଡା, ଲାଇବନ୍ ଭକ୍ତ, ପୂର୍ଣ୍ଣ ବାଘ, ଦେବୀ ସିଂ ମାଝି, ରାଇ ସିଂ ଗଣ୍ଡ, ଭି ବୁଜି, ଚୀନ। ବାବୁ, ଛନ୍ଦ। ଚରଣ ଜେନା,ବିର ସିଂ ମାଝି, କୈଳାସ ନାୟକ, ଦଳ ର ସମସ୍ତ ସରପଂଚ, ସମିତି ସଭ୍ୟ, ପଞ୍ଚାୟତ ସଭାପତି,ରାଇଘର ର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ମାନେ ଉପସ୍ଥିତ ରହି ସ୍ୱର୍ଗତ ବିଜୁ ବାବୁ ଙ୍କ ର ଓରିଶା ର ବିକାସ ପ୍ରତି ଥିବା ଅବଦାନ କୁ ସ୍ମରଣ କରି ଥିଲେ। ମୁଖ୍ୟ ଅତିଥି ଈଶ୍ୱର ପାଣିଗ୍ରାହୀ ସମସ୍ତ ବିଜେଡ଼ିର କର୍ମୀ ମାନେ ଦଳ ପାଇଁ ନିଷ୍ଠା ର ସହ କାମ କରି ଦଳୀୟ ପ।ର୍ଥୀ ମାନଙ୍କୁ। ବିଜୟି କରିବା ପାଇଁ ଆହ୍ଵାନ ଦେଇଥିଲେ। ଏଥି ସହ ନବିନ ସରକାର ଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରିବା ସହ ସମସ୍ତ ବିଜେଡ଼ିର କର୍ମୀ ମାନଙ୍କୁ ଦଳ ପାଇଁ ନିଷ୍ଠା ର ସହ କାର୍ଯ୍ୟ କରିବା ପାଇଁ ଶପଥ କରାଇଥିଲେ। ଏହି ଅବସର ରେ ବେହେଡ। ଗ୍ରାମ ପଞ୍ଚାୟତ ର 6 ଟି ଗ୍ରାମର ପ୍ରାୟ ୫୫ଜଣ କଂଗ୍ରେସ ଓ ବିଜେପି ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ସମସ୍ତ ଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ଦଳରେ ସ୍ବାଗତ କରିଥିଲେ। ବେହେଡ। ସଭା ପୂର୍ବରୁ ବିଜେଡି ର ସମସ୍ତ କର୍ମୀ ମାନେ ଉମରକୋଟ ଠାରେ ଥିବା ନୂତନ ବସ ଷ୍ଟାଣ୍ଡ ଠାରେ ଥିବା ବିଜୁ ଶିଶୁ ଉଦ୍ୟାନ ଠାରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମ।ଲ୍ୟ ଅର୍ପଣ କରିଥିଲେ। ଏଠାରେ ସାଂସଦ ତଥା ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ମାଝୀ, ବରିଷ୍ଠ ଆଇନଜୀବି ଶ୍ରୀନିବାସ ପଟ୍ଟନାୟକ ,କାଉନସିଲର ଚିତ ରଂଜନ ପାତ୍ରଙ୍କ ସମେତ ସମସ୍ତ ଦଳୀୟ କାଉନସିଲର ଓ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)