September 21, 2024

ଗଞ୍ଜାମ ସହରରେ ରଘୁନାଥ ମନ୍ଦିରରେ ରାମ ନବମୀ ପାଳିତ

Share

 

 

 

ଗଞ୍ଜାମ ସହର ସ୍ଥିତ 4ନମ୍ବର ୱାର୍ଡ ରଘୁନାଥ ସାହି ସ୍ଥିତ ରଘୁନାଥ ମନ୍ଦିର ରେ ରାମ ଲାଲା ଙ୍କ ନବମୀ ପାଳିତ ହୋଇଯାଇଛି l ଏହି ଅବସରରେ ଠାକୁର ଙ୍କ ନିକଟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା ହୋଇଥିଲା l ବିଶେଷକରି ମହିଳା ଶ୍ରଦ୍ଧାଳୁ ମାନେ ମଧ୍ୟାନ୍ନ ସମୟରେ ଭୋଗ ନୈବେଦ୍ୟ ଠାକୁର ଙ୍କୁ ସମର୍ପଣ କରିବା ସହ ପୂଜାର୍ଚନା କରିଥିଲେ l ହରିବୋଲ, ହୁଳହୁଳି ଓ ପରମ୍ପାରିକ ବାଦ୍ୟ ରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇଥିଲା l ଯାହାକୁନେଇ ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l( ପ୍ରଦୀପ କୁମାର ପଣ୍ଡା)