April 27, 2026

ଜିଲ୍ଲା ଏନପିଏସ ମାଧ୍ୟମିକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ

IMG-20230418-WA0062
Share

ଜିଲ୍ଲା ଏନପିଏସ ମାଧ୍ୟମିକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପାରଲା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ମାଧ୍ୟମିକ ଏନପିଏସ ଶିକ୍ଷକ ସଂଘର ଆନୁକୁଲ୍ୟରେ ମାଧମିକ ଶିକ୍ଷକ ସଂଘ ଏନପିଏସ(ନୂତନ ପେନଶନ ଯୋଜନା ଭୁକ୍ତର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲା ମାଧ୍ୟମିକ ଏନପିଏସ ଶିକ୍ଷକ ସଂଘ ଏହି ବୈଠକରେ ମାଧ୍ୟମିକ ଶିକ୍ଷକ ସଂଘ(ଏନପିଏସ)ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ଏହି ଅବସରରେ ସେମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଜିଏ ଓ ପିଜି ବିଭାଗର ନିର୍ଦ୍ଦେଶକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଲାଗୁ ନକରିବା ୬ ବର୍ଷର ଠିକା ଅବଧିକୁ ମୂଳ ଚାକିରି ସମୟରେ ଗଣନା କରାଯାଇ ସମୋନଙ୍କୁ ୬ଟି ଇନକ୍ରିମେଂଟ ପ୍ରଦାନ କରିବା ଆଦି ଦାବି ରହିଥିବା ବେଳେ ଆଦି ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରୁ ବାଦ୍ ପଡ଼ିଥିବା ଉପସ୍ଥାପନ କରିଥିଲେ।ଏନେଇ ସେମାନେ ସରକାରଙ୍କ ପାତରଅନ୍ତର ନୀତିକୁ ନେଇ ଶିକ୍ଷକ ମହାସଂଘ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବା ସହ କାର୍ଯ୍ୟରେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି। ଉକ୍ତ ବୈଠକରେ ସଂଘର ସମସ୍ତ ପଦାଧିକାରୀ ସଦସ୍ୟ ଯୋଗ ଦେଇଥିବାବେଳେ ଶିକ୍ଷକ ରବିନ୍ଦ୍ର ତାମରାପୁ ଶକ୍ତି ପ୍ରସାଦ ବେହେରା, ଚିନ୍ମୟ ମହାପାତ୍ର, ରମାକାନ୍ତ ମିଶ୍ର, ପ୍ରମୋଦ ମହାପାତ୍ର କାଳିଦାସ ପଟ୍ଟନାୟକ ସମେତ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ଏହି ବୈଠକକୁ ଶକ୍ତି ପ୍ରସାଦ ବେହେରା ସୁପରିଚାଳନା କରିଥିବାବେଳେ ଶିକ୍ଷକ ବୋଇନା ରାଜେଶ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ ରାକେଶ କୁମାର ବେହେରା