March 11, 2026

 ଓଡିଶା ସରକାରଙ୍କ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଲୋକମାନଙ୍କର ସର୍ଭେ ନିମନ୍ତେ ସୁପ୍ରଭାଇଜର ତଥା ଏନୁମେରେଟର ମାନଙ୍କର ଦ୍ଵିତୀୟ ପର୍ଯ୍ୟାୟ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ

8349569d-1ae8-47be-ba14-a02f57212b83
Share

ଓଡିଶା ସରକାରଙ୍କ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଲୋକମାନଙ୍କର ସର୍ଭେ ନିମନ୍ତେ ସୁପ୍ରଭାଇଜର ତଥା ଏନୁମେରେଟର ମାନଙ୍କର ଦ୍ଵିତୀୟ ପର୍ଯ୍ୟାୟ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ରାଜେନ୍ଦ୍ର ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀମତୀ ସ୍ନେହାପ୍ରଭା ମାଝୀ, ତହସିଲଦାର, ଶ୍ରୀ ଶକ୍ତି ମହାପାତ୍ର, ଶିଶୁବିକାଶ ପ୍ରକଳ୍ପ ଅଧିକାରୀ, ଶ୍ରୀମତୀ ସୁମିତା ଦେବୀ ତ୍ରିପାଠୀ, ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ, ଶ୍ରୀ ସୁଧାଂଶୁ ଶେଖର ରଥ ତଥା କମ୍ପୁଟର ପ୍ରୋଗ୍ରାମର, ଶ୍ରୀ ଜନପ୍ରିୟ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ 76 ଜଣ ଏନୁମେରେଟର ଓ 7 ଜଣ ସୁପରଭାଇଜର ମାନଙ୍କୁ ତାଲିମ ଦିଆ ଯାଇଥିଲା । Virtual mode ରେ ଜିଲ୍ଲା Observer, ଶ୍ରୀ ଶୈଳେନ୍ଦ୍ର କୁମାର ଜେନା ଏହି ତାଲିମ ଶିବିରରେ ଯୋଗଦାନ କରି ଶିବିରାର୍ଥୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଓଡିଶା ପଛୁଆ ବର୍ଗ ଜନସାଧାରଣଙ୍କ ସାମ୍ପ୍ରତିକ ସାମାଜିକ ଓ ଶିକ୍ଷାଗତ ଅବସ୍ଥାର ସବିଶେଷ ତଥ୍ୟ ସଂଗ୍ରହ ହେଉଛି ଏହି ସର୍ଭେର ମୁଖ୍ୟ ଲକ୍ଷ୍ୟ । ଜନସାଧରଣଙ୍କର ଅବଗତି ନିମନ୍ତେ ବହୁଳ ପ୍ରଚାର ପଞ୍ଚାୟତ ସମିତି କୋଟପାଡ ତରଫରୁ ପୋଷ୍ଟର, ବ୍ୟାନର ତଥା ମାଇକ ଯୋଗେ କରାଯାଇଅଛି । ପ୍ରକାଶ ଥାଉ କି କୋଟପାଡ ପଂଚାୟତ ସମିତି ଅଂଚଳରେ 76 ଟି ସର୍ଭେ ସେଣ୍ଟର ବିଭିନ୍ନ ଗ୍ରାମ ପଞ୍ଚାୟତରେ ସ୍ଥାପନ କରାଯାଇଛି । ଜନସାଧରଣଙ୍କର ସୁବିଧା ନିମନ୍ତେ ଏହି କେନ୍ଦ୍ର ଗୁଡିକୁ ସମ୍ପୃକ୍ତ ଏନୁମେରେଟର ମାନେ ତଥ୍ୟ ସଂଗ୍ରହ ନିମନ୍ତେ ପରିଚାଳନା କରିବେ ।
ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା