କହ୍ନେଇଲାଲ ଜୀଉଙ୍କ ପିଠରେ ଶ୍ରୀହରିହର ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ
କେନ୍ଦ୍ରାପଡ଼ା ଗରଦପୁର,
ପାଟକୁରାସ୍ଥିତ ଶ୍ରୀ ଶ୍ରୀ କହ୍ନେଇଲାଲ ଜୀଉଙ୍କ ମନ୍ଦିର ପରିସରରେ ଶ୍ରୀହରିହର ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ଚାରି ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଯଜ୍ଞ ଉତ୍ସବ ଉପଲକ୍ଷେ ଗତକାଲି ଯଜ୍ଞର ଅଙ୍କୁରା ରୋପଣ,ଯଜ୍ଞଶାଳା ସଂସ୍କାର,ସର୍ବମଣ୍ଡଳାଦି ନିର୍ମାଣ କରାଯାଇଥିଲା । ଆଜି ଶ୍ରଦ୍ଧାଳୁମାନେ ପବିତ୍ର ଚିତ୍ରୋତ୍ପଳା ନଦୀରେ କଳସ ବୁଡାଇ ୧୦୮ କଳସୀ ପବିତ୍ର ଜଳ ଶୋଭାଯାତ୍ରାରେ ଆଣିି ଯଜ୍ଞ ମଣ୍ଡପ ରେ ସ୍ଥାପନ କରିଥିଲେ । କଳସ ଶୋଭାଯାତ୍ରା ସମୟରେ ସଂକିର୍ତନ,ହରିବୋଲ ଓ ହୁଳହୁଳି ଶଦ୍ଧରେ ବଜାର ପରିକ୍ରମା କରାଯାଇ ଥିଲା । ଆଜି ଯଜ୍ଞ ମଣ୍ଡପରେ ଅଗ୍ନୀ ସ୍ଥାପନ,ଶ୍ରୀହରିହରଙ୍କ ଶୋଡଷ ଉପଚାର ପୂଜା,ବୀଜମନ୍ତ୍ରରେ ଆର୍ଯ୍ୟାହୁତି ପ୍ରଦାନ କରାଯାଇଥିଲା । ଆସନ୍ତାକାଲି ଶ୍ରୀସୂର୍ଯ୍ୟ ନାରାୟଣଙ୍କ ପୂଜା,ଗୋ-ପୂଜା,ରୁଦ୍ରାଭିଷେକ,ଯଜ୍ଞ ନାରାୟଣଙ୍କ ବିଶେଷ ଉପଚାର ପୂଜା,ଗୀତାପାଠ ଆଦି କରାଯିବ । ବୁଧବାର ଦିନ ଶ୍ରୀ ବିଷ୍ଣୁ ସହସ୍ର ନାମ ପଠନ,ଶ୍ରୀଆଦିତ୍ୟ ନାରାୟଣ ପୂଜା,ଚଣ୍ଡୀ ପାଠ,ପୁରୁଷସୁକ୍ତ ହୋମ,ଶ୍ରୀସୁକ୍ତ ହୋମ ଓ ଶ୍ରୀ ହରିହରଙ୍କ ବିଶେଷ ଉପଚାର ପୂଜା କରାଯିବା ସହିତ ଯଜ୍ଞର ପୂର୍ଣ୍ଣାହୁତି କରାଯିବା ପରେ ଚରୁ ଅନ୍ନ ବଂଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ପାଟକୁରା ଗ୍ରାମବାସୀ ଓ ଶ୍ରୀକହ୍ନେଇଲାଲଜୀଉ ଟ୍ରଷ୍ଟ ବୋର୍ଡର ସହଯୋଗରେ ଅନୁଷ୍ଟିତ ଯଜ୍ଞ ଉତ୍ସବର ପୂର୍ଣ୍ଣାହୁତି ରାତ୍ରୀରେ ଭଜନସନ୍ଧ୍ୟା କାର୍ଯ୍ୟକ୍ରମ ରହିଥିବା ସୂଚନା ।
ରିପୋର୍ଟ – ଗୋକୁଳ