March 10, 2026

ବଜରଙ୍ଗ ଦଳ ପକ୍ଷରୁ ବିଡ଼ିଓ ଙ୍କୁ ସ୍ମାରକ ପତ୍ର

IMG-20230418-WA0002
Share

 

କେନ୍ଦ୍ରାପଡ଼ା ଗରଦପୁର,
ସମ୍ବଲପୁର ଠାରେ ଗତ ହନୁମାନ ଜୟନ୍ତୀ ପାଳନ ସମୟରେ ଯାଉଥିବା ଶୋଭାଯାତ୍ର ଉପରେ ହିନ୍ଦୁ କାର୍ଯ୍ୟକର୍ତା ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଦୁର୍ବୃତମାନେ ପଥର , ଖଣ୍ଡା, ଛୁରୀ ଦ୍ୱାରା ଆକ୍ରମଣ କରିଥିଲେ । ସମ୍ବଲପୁର ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା । ଏହି ଘଟଣାକୁ ହିନ୍ଦୁ ସମାଜ ପକ୍ଷରୁ ଘୋର ନିନ୍ଦା କରାଯାଇଛି । ରାଜ୍ୟ ସରକାର ହିନ୍ଦୁ ସମାଜର ସୁରକ୍ଷା ପ୍ରତି କେହଳ ମନୋଭାବ ପୋଷଣ କରୁଛନ୍ତି । ତେଣୁ ହିନ୍ଦୁ ସମାଜର ସୁରକ୍ଷା ପାଇଁ ସମ୍ବଲପୁର ଘଟଣାରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହିନ୍ଦୁ ସମାଜ ତରଫରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ବିଡ଼ିଓ ଧର୍ମ ରଂଜନ ପଣ୍ଡାଙ୍କୁ ଗରଦପୁର ବଜରଙ୍ଗ ଦଳ ସଂଯୋଜକ ବିଶ୍ୱଜିତ ଜେନା ,ରଘୁନାଥ ବାରିକ, ବାପିନା ମଲିକ, ତ୍ରିରାମଚନ୍ଦ୍ର କର , ସତ୍ୟବାଦୀ ପରିଡ଼ା, ଇନ୍ଦ୍ରମଣି ସ୍ୱାଇଁ, ବିକ୍ରମ ଲେଙ୍କା ,ପ୍ରକାଶ ନାୟକ, ଉମାକାନ୍ତ ଚୌଧୁରୀ, ବିଶ୍ୱଜିତ ରଣା, ଶୁଭଜିତ ମହାରଣା ପ୍ରମୁଖ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ରିପୋର୍ଟ – ଗୋକୁଳ