March 19, 2025

ନିଜର ପ୍ରତିଭା ପାଇଁ ରଶ୍ମି ରଞ୍ଜନ ଇଣ୍ଡିଆନ ବୁକ୍ ଅଫ୍ ରେକର୍ଡ ସମ୍ମାନରେ ସମ୍ମାନିତ ହେଲେ

Share

     ନିଜର ପ୍ରତିଭା ପାଇଁ ରଶ୍ମି ରଞ୍ଜନ ଇଣ୍ଡିଆନ ବୁକ୍ ଅଫ୍ ରେକର୍ଡ ସମ୍ମାନରେ ସମ୍ମାନିତ ହେଲେ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ର କେନ୍ଦ୍ରୁସାଳ ଗ୍ରାମର ପିତା ଜଗନ୍ନାଥ ସ୍ବାଇଁ ମାତା ଲୋପାମୁଦ୍ରା ରାଉତଙ୍କ ସୁଯୋଗ୍ୟ ସନ୍ତାନ ରଶ୍ମି ରଂଜନ ସ୍ବାଇଁ ବୟସ 3ବର୍ଷ 5ମାସ ହେଲେ ସେ ଅଗାଧ୍ୟ ଜ୍ଞାନର ଅଧିକାରୀ ହୋଇପାରିଛନ୍ତି ,ଟିଭି ଦେଖିବା ମୋବାଇଲ ଦେଖିବା ସହ ଶୁଣି ଶୁଣି ତଥା ପିତା ମାତା ଙ୍କ ସଠିକି ମାର୍ଗ ଦର୍ଶନ ଯୋଗୁ ସେ ଆଜି ଏମିତି ପ୍ରତିଭା ର ଅଧିକାରୀ ହୋଇ ପାରିଛନ୍ତି ଇଣ୍ଡିଆ ବୁକ୍ ଅଫ ରେକର୍ଡ ପ୍ରାପ୍ତ କରିଛନ୍ତି,ତାଙ୍କର ଜ୍ଞାନ ବୁଦ୍ଧିମତା ର ତୁଳନା ନାହିଁ ରଶ୍ମି ରଞ୍ଜନ ଡାକ ନାମ କ୍ରିଷ୍ଣା ପ୍ରାଞ୍ଜଳ ଭାବେ ୧୦ଟି ପନିପରିବା ନାମ କହିପାରୁଛନ୍ତି,୧୦ଟି ଫଳର ନାମ ୮ଟି ଫୁଲର ନାମ ୧୦ଟି କଲର୍ ର ନାମ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ର ୧୦ଟି ନାମ କହି ପାରିବା ସହ ୧୦ଟି ଜୀବ ଜନ୍ତୁ ଙ୍କ ନାମ କହିବା ୮ଟି ପକ୍ଷୀଙ୍କ ନାମ କହିବା 5ଟି ଖାଦ୍ୟ ପଦାର୍ଥର ନାମ କହିବା,୧୨ଟି ଗାଡ଼ିର ନାମ କହିବା ୫ଟି ଆନ୍ତର ଜାତୀୟ ଖେଳର ନାମ କହିବା ଇଂରାଜୀ ଶବ୍ଦଗୁଡ଼ିକ କୁ ଆବୃତ୍ତି କରିବା,୧୦ଟି ସ୍ଲୋକ ପଢ଼ିବା ୧୦ଟି ଇଂରାଜୀ ଓ ୫ଟି ହିନ୍ଦି ରାଇମ୍ସ କହି କହିପାରୁଥିବା,୧୦ଟି ଜାତୀୟ ସଂକେତ ବା ଚିହ୍ନ ନାମ ଡାକି ପାରୁଥିବା ଓ ୨୮ଟି ସାଧାରଣ ଜ୍ଞାନ ଉତ୍ତର ଦେଇପାରିବା ସହ 1ରୁ 30ଯାଏ ସଂଖ୍ୟା ଗଣି ପାରୁଥିବା ଏହି 3ବର୍ଷ5ମାସର ଏହି ବିସ୍ମୟ ବୁଦ୍ଧିମତା ଶିଶୁ ଆଜି ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇ ସମ୍ମାନଜନକ ପୁରସ୍କାର ସହ ବାପା ମାଆଙ୍କ ନାମ ଉଜ୍ବଳ କରିଛନ୍ତି,ଏଥିରେ ମାଆ ଲୋପା ମୁଦ୍ରା ରାଉତ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରି ପୁତ୍ରର ଉଜ୍ବଳ ଭବିଷ୍ୟତ କାମନା କରିବା ସହ କହିଥିଲେ ଭଗବାନ ଆଶ୍ରିବାଦ କରନ୍ତୁ ଭବିଷ୍ୟତରେ ସେ ଉତରତୋର ଉନ୍ନତି କରୁ ଆଧ୍ୟାତ୍ମିକ ସମାଜରେ ନାମ ଯଶ ବଜେଇରଖିବା ସହ ବାପା ମାଆ ଙ୍କ ନାମ ଟେକ ରଖୁ, ,(ଶାରଦା ପ୍ରସନ୍ନ ପରିଜାଙ୍କ ରିପୋର୍ଟ)

You may have missed