March 19, 2025

ପତିତପାବନ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଦୁଇ ଦିନିଆ ସାହିତ୍ୟ ଆସର !

Share

      ତିର୍ତ୍ତୋଲ :: ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ ର ଭଟ୍ଟଗାଁ ପତିତପାବନ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଆଖପାଖ ଅଞ୍ଚଳର କୁନିକୁନି ଛାତ୍ରଛାତ୍ରୀ ଙ୍କ ଠାରୁ ବରିଷ୍ଠ କବିଙ୍କୁ ନେଇ,ଦୁଇ ଦିନିଆ ସାହିତ୍ୟ ଆସର ଆୟୋଜିତ ହୋଇ ଯାଇଛି ! ପ୍ରଥମ ସନ୍ଧ୍ୟାର ଆସର ହେମଲତା ସ୍ମାରକୀ କୁଇଜ ନାମରେ ଅନୁଷ୍ଠିତ ହୋଇଥିଲା ! ଏହି ସାରସ୍ୱତ ସାହିତ୍ୟ ମଞ୍ଚରେ ସଭାପତିତ୍ୱ କରିଥିଲେ ବିଶିଷ୍ଠ ଶିକ୍ଷାବିତ୍, ସୁଲେଖକ, ଗବେଷକ ହୃଷିକେଶ ଆଚାର୍ଯ୍ୟ !ମୁଖ୍ୟଅତିଥି ଭାବେ ଆଦିକବି ସାରଳାଦାସ କଲେଜର ପୂର୍ବତନ ଅଧ୍ୟକ୍ଷ କ୍ୟାପଟେନ ଜ୍ଞାନଜ ସାମନ୍ତରାୟ ଯୋଗଦେଇଥିବା ବେଳେ,କବି, ଲେଖକ, ପାଲାଗାୟକ ଦିଗମ୍ବର ରାଉତ ମୁଖ୍ୟ ବକ୍ତା ଭାବେ ମଞ୍ଚ ମଣ୍ଡନ କରିଥିଲେ !ଅତିଥିମାନଙ୍କ ପରିଚୟ ପ୍ରଦାନ ଓ କୁଇଜ ପରିଚାଳନା ପ୍ରତାପ ଚନ୍ଦ୍ର ନାୟକ କରିଥିବା ବେଳେ ଆମନ୍ତ୍ରିତ ଅତିଥିଙ୍କ ସମେତ ଶିକ୍ଷକ ଧର୍ମାନନ୍ଦ ମଲ୍ଲିକ,ଓ ଶିକ୍ଷକ ନେତା ତ୍ରିଲୋଚନ ପରିଡ଼ା,ସଂଗୀତ ଗୁରୁ ମହେଶ ନାୟକଙ୍କୁ ଉତ୍ତରୀୟ ଓ ଆଧ୍ୟାତ୍ମିକ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଦନା ଦେଇଥିଲେ !ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ରେ କୃତୀ ଅର୍ଜନକାରୀ ପ୍ରତିଯୋଗୀଙ୍କୁ ଅର୍ଥ, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ଥିଲା !ପ୍ରଥମ କୃତିତ୍ୱ ସାରଦା ଏକାଡେମୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୦ ଶ୍ରେଣୀ ଛାତ୍ର ସ୍ୱାତଶ୍ରୀ ଖୁଣ୍ଟିଆ,ଦ୍ଵିତୀୟ କୃତିତ୍ୱ ସେହି ବିଦ୍ୟାଳୟ ର ଛାତ୍ରୀ ସ୍ନେହା ପରିଜା ଏବଂ ତୃତୀୟ କୃତିତ୍ୱ ବଟମଙ୍ଗଳା ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ପ୍ରିୟଙ୍କା ସ୍ୱାଇଁ, ଚତୁର୍ଥ କୃତିତ୍ୱ ଓଡ଼ିଆ ଆଦର୍ଶ ବିଦ୍ୟାଳୟ ର ଛାତ୍ର ଆଶୁତୋଷ ବାରିକ ଙ୍କୁ ମିଳିଥିଲା !ସାନ୍ତ୍ୱନାମୂଳକ ପୁରସ୍କାର ୫ଜଣ ଛାତ୍ରଛାତ୍ରୀ ଙ୍କୁ ପ୍ରଦାନ କରାଯାଇଥିବା ବେଳେ, ସହଯୋଗ କରିଥିଲେ ଗୌରାଙ୍ଗ ଛତ୍ର, ଜ୍ୟୋତି ପ୍ରକାଶ ଖୁଣ୍ଟିଆ ଓ ଧନ୍ୟବାଦ ଦେଇଥିଲେ ଅଧ୍ୟାପକ ସନ୍ତୋଷ ଖୁଣ୍ଟିଆ !ଦ୍ଵିତୀୟ ସନ୍ଧ୍ୟାରେ ଅନୁରୂପ କାର୍ଯ୍ୟକ୍ରମ ହୋଇଥିବା ବେଳେ ମୁଖ୍ୟ ଅତିଥି ଥିଲେ ଆଇନୀଜୀଵି ଟୁକନ ଚରଣ ସେଠୀ, ସମ୍ମାନିତ ଅତିଥି ଭାବେ ଥିଲେ ଆଇନୀଜୀଵି ଅମର ସାହୁ, ତିର୍ତ୍ତୋଲ ପ୍ରେସ କ୍ଳବର ସଭାପତି ଶରତ କୁମାର ଦାଶ, ସାମ୍ବାଦିକ କବି ଭାଗବତ ପ୍ରସାଦ, ପ୍ରତାପ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ସାହିତ୍ୟ ଆସର ର ମଞ୍ଚ ମଣ୍ଡନ କରିଥିଲେ ! ଶ୍ରୀଯୁକ୍ତ ଭୋଳାନାଥ ଦାସ ଙ୍କ ସଭାପତିତ୍ୱରେ ପରିଚାଳିତ ସାହିତ୍ୟ ଆସରରେ ବହୁ ପ୍ରତିଯୋଗୀ ନିଜନିଜର କବିତା ଆବୃତ୍ତି କରିଥିବା ବେଳେ, ନୃତ୍ୟ ପ୍ରତିଯୋଗିତା ରେ ଦୁଇଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ !କବିତା ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଶାଲିନି ମଲ୍ଲିକ, ଦ୍ଵିତୀୟ ସ୍ଥାନରେ କଶିଷ ଖୁଣ୍ଟିଆ, ଏବଂ ତୃତୀୟ ସ୍ଥାନରେ ସ୍ୱାତୀ ସୁଲଗ୍ନା ରାଉତଙ୍କୁ ମାନପତ୍ର ସହିତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା !ଅତିଥିମାନଙ୍କ ଦ୍ୱାରା ସାହିତ୍ୟ ଆସରକୁ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟଭିତ୍ତିକ ମନ୍ତବ୍ୟ ଆଗାମୀ ପିଢ଼ି କୁ ସାହିତ୍ୟ ସର୍ଜନା ଦିଗରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା ! ପରିଷଦ ର ସମ୍ପାଦକ ସନ୍ତୋଷ କୁମାର ଖୁଣ୍ଟିଆ ସମସ୍ତ ପରିଚାଳନା ଗତ ସହାୟତା ଯୋଗେଇ ଥିବାର ଦେଖିବାକୁ ମିଳିଥିଲା !

 

 

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ସହିତ ରଞ୍ଜନ କୁମାର ମଲ୍ଲିକଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବ


ର !!

You may have missed