March 11, 2026

ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ସହର ର ସମସ୍ତ ହୋର୍ଡିଂ କୁ ହଟାଇଲା ପୌର ପ୍ରଶାସନ…….

olk
Share

 

ଉମରକୋଟ – ଗତ କାଲି ମୁଖ୍ୟା ନିର୍ବାଚନ କମିଶନ ସମଗ୍ର ଦେଶର ନିର୍ବାଚନ ଆଚରଣ ବିଧି ଲାଗୁ କରିବା ପରେ ଏହର ପ୍ରଭାବ ଉମରକୋଟ ସହର ରେ ଦେଖିବା କୁ ମିଳିଛି। ଏପରି କି ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ର ପୋଷ୍ଟର ଓ ବିଭିନ୍ନ ଦଳ ର ନେତା ଙ୍କ ଲାଗିଥିବା ସମସ୍ତ ହୋର୍ଦିଂ ଓ ବ୍ୟାନର କୁ ହଟାଇ ଦେଇଛି ପୌର ପ୍ରଶାସନ। ଏପରି କି ବ୍ଲକ ପରିସର ରେ ଲାଗିଥିବ। ରାଜ୍ୟ ସରକାର ଙ୍କ ସମସ୍ତ ହର୍ଡିଂ କୁ ହଟାଇ ଦେଇଛି ପ୍ରଶାସନ।
ଆଜି ଖୋଦ ପୌର ନିର୍ବାହୀ ଅଧିକାରୀ ଦାୟିତ୍ଵ ରେ ଥିବା ଉମରକୋଟ ବି ଡି ଓ ପ୍ରୀତି ରଞ୍ଜନ ରଥ ପରିଷଦ ର କର୍ମଚାରୀ ଙ୍କୁ ଧରି ସମସ୍ତ ହୋର୍ଡିଂ ଗୁଡ଼ିକ ହଟାଇ ଦେଇ ଥିଲେ। ଆଗାମୀ 48 ଘଣ୍ଟା ମଧ୍ୟରେ ଉମରକୋଟ ସହର ଓ ପଞ୍ଚାୟତ ରେ ଥିବା ସମସ୍ତ ହୋର୍ଡ଼ିଂ ଗୁଡ଼ିକ ହଟେ ଇ ଦିଆ ଯିବ ବୋଲି କହିଛନ୍ତି ଉମରକୋଟ ବି ଡି ଓ।ଆଜି ନବରଙ୍ଗପୁର ଉପ ଜିଲ୍ଲାପାଳ ମିଶ୍ର ଉମରକୋଟ ରେ ପହଂଚି ଉମରକୋଟ, ରାଇଘର, ଝୋରି ଗାଁ, ଚନ୍ଦା ହାଣ୍ଡି ବ୍ଲକ ଓ ଉମରକୋଟ ପୌର ପରିଷଦ ର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ର ୱର୍ଜ୍ ରେଜିଷ୍ଟର ଓ ୱ।ର୍କ ଇସସ୍ୟୁ ରେଜିଷ୍ଟର ଉପରେ ନାଲି କଲମ ରେ ଦସ୍ତଖତ କରି ଦେଇଛନ୍ତି ଯେମିତି କି ଏହି ଅଫିସ ପକ୍ଷ ରୁ ନୂତନ। ୱ।ର୍କ୍ ଅର୍ଡର ଯେମିତି ନ ଦିଆ ଯାଇ ପାରିବ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)