March 11, 2026

ହରଡଘଣାରେ ବେଆଇନ ବାଇକ୍ ଚାଳକ , ପୋଲିସ ପକ୍ଷରୁ ଯାଞ୍ଚ କଡାକଡି, ତାଗିଦ୍ ସହ ଜୋରିମାନା ଆଦାୟ

WhatsApp Image 2023-03-18 at 20.34.35
Share

ବୁଗୁଡା : ତା ୧୮/୦୩/୨୩ : ସଂପ୍ରତି ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନେକ ସମୟରେ ଦୁର୍ଘଟଣାମାନ ଘଟି କ୍ଷୟକ୍ଷତି ସାଙ୍ଗକୁ ଜୀବନ ହାନି ଘଟୁଥିବା ବିଷୟ ସାଧାରଣରେ ଚିନ୍ତାର ବିଷୟ ହୋଇଛି । ଏଥି ପାଇଁ ଚଳିତ ମାସ ପହିଲାରୁ ମଦ୍ଯପାନ କରି ଗାଡି ଚଳାଇବା , ଗାଡି ଚଳାଇବା ସମୟରେ ମୋବାଇଲରେ ଗପିବା , ହେଲମେଟ ପିନ୍ଧି ନଥିବା , ଦ୍ରୁତଗତିରେ ଗାଡି ଚାଳନା , ବାଇକରେ ତିନି ଚାରି ଜଣ ଲେଖାଏଁ ବସିବା , ନାବାଳକ ସ୍କୁଲ ଓ କଲେଜ ଛାତ୍ରଙ୍କ ବାଇକ୍ ଚାଳନା ଆଦିକୁ ପ୍ରତିହତ ପାଇଁ ପୋଲିସ ପକ୍ଷରୁ ଯାଞ୍ଚ ସହ ତାଗିଦ କରାଯାଉଥିବା ସତ୍ତ୍ୱେ ଏଥିରେ ଆଶା ମୁତାବକ ସୁଧାର ଦେଖିବାକୁ ମିଳୁ ନ ଥିଲା । ନାବାଳକ ସ୍କୁଲ ଓ କଲେଜ ଛାତ୍ରଙ୍କ ସାଙ୍ଗକୁ ଉଦ୍ଧତ ଯୁବକମାନେ ମଧ୍ୟ ଗୋଟିଏ ବାଇକରେ ତିନିରୁ ଚାରି ଜଣ ବସି ବିନା ହେଲମେଟରେ ରାସ୍ତାରେ ଦ୍ରୁତ ଗତିରେ ଗାଡି ଚଳାଇ ଅନ୍ଯମାନଙ୍କ ପାଇଁ ସମସ୍ଯା ଓ ଆତଙ୍କ ସୃଷ୍ଟି କରି ଆସୁଥିଲେ । ଏ ନେଇ ବିଶେଷ କରି ସମ୍ପୃକ୍ତ ଉତ୍ସୃଙ୍ଖଳ ବାଇକ୍ ଚାଳକଙ୍କ ଅଭିଭାବକଙ୍କୁ ଦାୟୀ କରାଯାଉଥିବା ସହ ପୋଲିସ ଯାଞ୍ଚକୁ କଡାକଡି କରିବା ପାଇଁ ସାଧାରଣରେ ଦାବି ଉଠିଥିଲା । ଏ ସମ୍ପର୍କେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସ ପ୍ରଶାସନ ଆଜି ବୁଗୁଡ଼ାର ବିଭିନ୍ନ ସ୍ଥାନରେ ଯାଞ୍ଚକୁ କଡାକଡି କରି ବେଆଇନ ଗାଡି ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରିବା ସହ ତାଗିଦ୍ କରୁଥିବା ଦେଖିବାକୁ ମିଳିଥିଲା । ଏ ପରିପ୍ରେକ୍ଷୀରେ ଆସନ୍ତା ୨୦ ତାରିଖରେ ଶେଷ ମେଟ୍ରିକ ପରୀକ୍ଷା ସାରି ନାବାଳକ ଛାତ୍ରମାନେ ବାଇକ୍ ଚଳାଇ ଘରକୁ ଫେରୁଥିବା ବେଳେ ଆକ୍ସନ୍ ମୁଡରେ ଥିବା ପୋଲିସ ସେମାନଙ୍କୁ କାବୁ କରି ସେମାନଙ୍କ ଅଭିଭାବକଙ୍କୁ ଥାନାକୁ ଟାଣି ପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।