March 10, 2026

ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା..

IMG-20260218-WA0062
Share

 

 

ଖୋର୍ଦ୍ଧା(ପ୍ରିୟଙ୍କା ମହାପାତ୍ର)ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଖୋର୍ଦ୍ଧା ପକ୍ଷରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ଯାଉଥିବା ବିଦ୍ୟାର୍ଥୀ ମାନଙ୍କର ମନୋବଳ ବଢ଼ାଇବା ପାଇଁ ପରିଷଦର କର୍ମକର୍ତ୍ତା ମାନେ ସେମାନଙ୍କୁ ପାରମ୍ପରିକ ରୀତିରେ ମଥାରେ ଚନ୍ଦନ ଟିକା ଲଗାଇବା ସହ ପୁଷ୍ପ ବୃଷ୍ଟି କରି ସ୍ୱାଗତ କରିଥିଲେ ଏବଂ ପରୀକ୍ଷା ଲେଖିବା ପାଇଁ ସମସ୍ତଙ୍କୁ ଏକ ଏକ କଲମ ଉପହାର ସ୍ୱରୂପ ପ୍ରଦାନ କରିଥିଲେ।ଏହି ଅବସରରେ”ଶିକ୍ଷା ଜୀବନ ପାଇଁ, ଜୀବନ ଦେଶ ପାଇଁ” ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର ଛାତ୍ରୀ ମାନେ କେବଳ ପରୀକ୍ଷାରେ ସଫଳତା ପାଇବା ପାଇଁ ନୁହେଁ, ବରଂ ନିଜର ଶିକ୍ଷା ଓ ଜ୍ଞାନକୁ ଦେଶ ଗଠନ ତଥା ରାଷ୍ଟ୍ରର ଉନ୍ନତି ପାଇଁ ବିନିଯୋଗ କରିବାକୁ ପରିଷଦ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ସହ ସଂଯୋଜକ ଦଧିବାମନ ଦାସ,ରାଜ୍ୟ କାର୍ଯ୍ୟକାରିଣୀ ରଶ୍ମି କୁମାର ସାହୁ,ନଗର ସମ୍ପାଦକ ସୁଜଲ୍ ପୂର୍ଣସ୍ଲୋକ,ରାଜ୍ୟ ସହ ସମ୍ପାଦକ ଉଜ୍ଜଲ୍ ପ୍ରଦୀପ ସାମଲ , କ୍ୟମ୍ପସ ସଭାପତି ଅନୁରାଗ କୁମାର,+୨ କ୍ୟାମ୍ପସ ସମ୍ପାଦିକା ସୁଷମା କୁମାରୀ ଭଳି ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମଟି ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଉତ୍ସାହ ଭରିବା ସହ ସେମାନଙ୍କୁ ଏକ ସୁନାଗରିକ ଭାବେ ଗଢ଼ିତୋଳିବା ପାଇଁ ପ୍ରେରଣା ଯୋଗାଇଥିଲା।