ପ୍ରତ୍ୟେକ ପରିବାର ରେ ଗୋମାତା ରଖି ପୂଜା କରନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା ମହାଲକ୍ଷ୍ମୀ ଆପଣଙ୍କ ଘରେ ବିରାଜମାନ ହେବେ
ଆଜି ଆମ ଚାନେଲ ପ୍ରତିନିଧି ଗୋସେବା ଉପରେ ଏକ ନିୟୁଜ ପରିବେଷଣ ପାଇଁ ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଆଳିପଡ଼ା ଗ୍ରାମ ସବୁଜ ସୁନ୍ଦର ପଡିଆ ଭିତରେ ଥିବା ଗୋବିନ୍ଦ ଗୋଧାମ ଗୋଶାଳା ରେ ପହଁଞ୍ଚି ବଡଦାଣ୍ଡ ରେ ବୁଲୁଥିବା ପାଞ୍ଚଶହ ଗାଈ, ବଳଦ, ଷଣ୍ଢ ସୁରକ୍ଷିତ ଅବସ୍ଥାରେ ଖାଦ୍ୟ ଖାଇ ସୁରକ୍ଷିତ ଅଛନ୍ତି l ଏହାଦେଖି ଏହାର ପରିଚାଳକ ବିଷ୍ଣୁ ଚରଣ ପଣ୍ଡାଙ୍କ ସହିତ ଆଲୋଚନା କରି ବୁଝିଲେ ଯେ ବିଷ୍ଣୁ ଚରଣ ଙ୍କ କହିବାନୁସାରେ ଆଜିକା ସମାଜରେ ସାଧାରଣ ଜନତା ନିଜର ସଉକ ମେଣ୍ଟନ କରିବାପାଇଁ ଦାମିକା କୁକୁର ପାଳିବା ସହିତ ପ୍ରବଳ ଟଙ୍କା ଖର୍ଚକରି ରୋଗ କିଣୁଛନ୍ତି l ମୋର ସେମାନଙ୍କୁ ନିବେଦନ ଘରେ ଗୋଟିଏ ଗୋଟିଏ ଗୋମାତା ରଖି ପ୍ରତିଦିନ ପଚାଶ ଟଙ୍କା ଖର୍ଚ୍ଚ କରନ୍ତୁ ପ୍ରତିଦିନ ଆପଣଙ୍କ ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା ଲକ୍ଷ୍ମୀ ଠାକୁରାଣୀ ଆବିର୍ଭାବ ହେବେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
