September 27, 2026

ଆଶ୍ରମ ବିଦ୍ୟାଳୟ ଝୋରଡ଼ି ,ରେ ବାର୍ଷିକ ଉତ୍ସବ ..

IMG-20250218-WA0038
Share

 

କୋଲନରା : ( ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଝୋରଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝୋରଡ଼ି ଗାଁ ରେ ଥିବା ଆଶ୍ରମ ବିଦ୍ୟାଳୟ ,ଝୋରଡ଼ି ଠାରେ ଆଜି ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଅନନ୍ତ ମାଣ୍ଡାଙ୍ଗି ଝୋରଡ଼ି ଗ୍ରା/ପ, ସମ୍ମାନିତ ଅତିଥି ଭାବେ ଏ ବିଇଓ ପିତୃଦେବ ବିଡିକା, ରେଖାପଦର ସି ଆର ସି ସି ମହେନ୍ଦ୍ର ଶିବ ବେହେରା, ଏସ ଏମ୍ ସି ସଭାପତି ଚିନ୍ତାମଣି ବିଡ଼ିକା, ଅବସର ପ୍ରାପ୍ତ ଶିକ୍ଷକ ସମ୍ମାନୀତ ଅତିଥି ଅର୍ଜୁନ ନିମାଲା,ସମ୍ମାନୀତ ଅତିଥି ପ୍ରଧାନ ଶିକ୍ଷକ ଟି ସିକାବାଡି ଶ୍ୟାମ ମିଶାଲ ଓ ମୁଖ୍ୟ ସଦସ୍ୟ କମଳ ଚନ୍ଦ୍ର ପୁଆଲା ଯୋଗଦେଇ ଥିବା ବେଳେ କଲ୍ୟାଣ ବିଭାଗ ର ଶିକ୍ଷା ମଣ୍ଡଳାଧୀଶ ଶ୍ୟାମଘନ ଭୁଁୟା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଅତିଥି ମାନେ ପ୍ରଥମେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ର ଶୁଭାରମ୍ଭ ରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର ଙ୍କ ସଭାପତିତ୍ୱ ରେ ସହକାରୀ ଶିକ୍ଷୟତ୍ରୀ ତାପସ୍ୱିନୀ ଦାସ ଅତିଥି ପରିଚୟ ପ୍ରଦାନ କରିବା ପରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗୀତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ଟ୍ରଫି ଓ ପ୍ରମାଣପତ୍ର ସହ ପୁରସ୍କୃତ କରିବା ପରେ ଅବସର ପ୍ରାପ୍ତ ସିସିଏ ଘାଣ୍ଟ। ଙ୍କୁ ସମ୍ମାନୀତ କରିଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଯେଉଁଥିରେ ଛୋଟ ଛୋଟ ଛାତ୍ରୀ ମାନେ ମୋବାଇଲ ରେ ସୋସିଆଲ ମିଡ଼ିଆ ବ୍ୟବହାର କରିବା ସହ ଭଲ ଗୁଣ ଓ ଖରାପ ଗୁଣ କୁ ନେଇ ସଚେତନ ବାର୍ତା ଲୋକଙ୍କ ସହ ଅଭିଭାବକ ମାନଙ୍କୁ ସଚେତନ ର ବାର୍ତ୍ତା ଦେଇଥିଲେ। ଆଖପାଖରେ ଥିବା ବିଦ୍ୟାଳୟର ଶିକ୍ଷକ ମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ର ସମସ୍ତ କର୍ମୀ ସହଯୋଗ କରିଥିଲେ ଏବଂ ସହକାରୀ ଶିକ୍ଷୟିତ୍ରୀ ତାପସ୍ୱିନୀ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଜଗେନ୍ଦ୍ର ଶବର ଧନ୍ୟବାଦ ଅର୍ପଣ କରିଥିଲେ ।