November 23, 2024

ଜାଗର ପାଇଁ ବିଭିନ୍ନ ଶୈବ ପୀଠ ଚଳ ଚଞ୍ଚଳ । 

Share

 

 

ଅସ୍ତରଙ୍ଗ,,ଜାଗରଯାତ୍ରା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଅସ୍ତରଙ୍ଗ ଅଞ୍ଚକର ବିଭିନ୍ନ ଶୈବ ପୀଠ । ଯେଉଁମାନେ ଜାଗର ଓଷା କରିଛନ୍ତି ,ସେମାନେ ସକାଳୁ ଉପବାସ ରହି,ସନ୍ଧ୍ୟା ସମୟର ନିକଟସ୍ଥ ଶିବ ମଦିର ଯାଇ ,ଜାଗର ଦୀପ ଜାଳି ସେମାନଙ୍କର ତଥା ତାଙ୍କ ପରିବାର ମନ ସ୍କାମନା ପୁରଣ ନିମନ୍ତେ ବାବା ଭୋଲାନାଥ ଙ୍କ ନିକଟରେ ଶରଣ ପଶିଛନ୍ତି । ଆଉ ମଧ୍ୟ, ଅସ୍ତରଙ୍ଗ ଅଂଚଳର ପ୍ରସିଦ୍ଧ ମହାଦେବ ମନ୍ଦିର, ଟିମୋର ର ନୀଳ କଣ୍ଠେଶ୍ୱର,ଓଳିଂହା ର ଐଶାନେଶ୍ୱର୍,ଗୁଡୁବଣାଇ ର ମହାଦେବ ମନ୍ଦିର,ନଗର ର ପଶ୍ଚିମେଶ୍ୱର୍, ଅସ୍ତରଙ୍ଗ ର ମହାଦେବ ମନ୍ଦିର,ସିଧିପୂର୍ ର ସିଦ୍ଧେଶ୍ୱର, ଜିଉନ୍ତି ର ଇଶ୍ଵର ନାଥ, ଶ୍ରିବନ୍ତ ପୁର ର ମହାଦେବ ମନ୍ଦିର,ସମେଶ୍ୱର୍ ଆଦି ଶୈବ ପୀଠରେ ଜାଗର ଜାଳିବା ପାଇଁ ବିଶେଷ ଗହଳି ହେଉଥିବା ଦେଖିବାକୁ ମିଳିଥିବା ବେଳେ,ବିଭିନ୍ନ ନାମ ଯଜ୍ଞ ସହ,ପ୍ରସାଦ ସେବନର ବ୍ୟବସ୍ଥା ରହି ଅଛି ।ସେହିପରି ପ୍ରାଚୀ ଉପତ୍ୟକା ତଥା ବଙ୍ଗୋପସାଗର କୂଳରେ ଅବସ୍ଥିତ ଗୋମୁଖି କେଶବ ଙ୍କ ପୀଠରେ ଭକ୍ତ ମାନେ, ଜାଗର ଜାଳିବା ପାଇଁ ବିଶେଷ ଗହଳି ଲାଗିଥିବା ବେଳେ,ଶୃଙ୍ଖଳିତ ଦର୍ଶନ ପାଇଁ ସରପଞ୍ଚ କ୍ଷୀରୋଦ କୁମାର କାଂଡି ଙ୍କ ନେତୃତ୍ୟୋରେ ବ୍ୟାପକ ବ୍ୟବସ୍ଥା କରାଯାଇ ଅଛି । ଅପରାହ୍ନ ରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, କେଳୁଣୀ ମୁହାଣ ନିକଟରେ ଥିବା ବେଲେଶ୍ୱର ମନ୍ଦିର ଦର୍ଶନ କରି ପୂଜା ଅର୍ଚ୍ଚନା କରି ଫେରିଥିବା ବେଳେ,ସନ୍ଧ୍ୟା ସମୟରେ ,କ୍ରୀଡା ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଗୋମୁଖୀ କେଶବ ପୀଠ ପରିଦର୍ଶନ କରି, ଦିପ ଲଗାଇ ପ୍ରସାଦ ସେବନ କରି ଫେରିଥିବା ଦେଖି ବାକୁ ମିଛି । ପ୍ରାୟ ସବୁ ଶୈବ ପୀଠ ଗୁଡିକରେ ରାତ୍ର ନଅ ଘଟିକା ସମୟରେ ମହାଦୀପ ଉଠିବ ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ଜଣା ପଡ଼ିଛି ।