April 25, 2026

ଆର ଉଦୟଗିରି ବ୍ଳକ ଅନ୍ତର୍ଗତ ବେତାର ସିଂ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ଜେନେରେଟର୍‌ ଧୂଆଁ ହେଲା କାଳ: ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ

WhatsApp Image 2023-02-18 at 15.54.31
Share

 

ପାରଳାଖେମୁଣ୍ଡି:୧୮/୦୨(ଗରୁଡ଼ ଧ୍ଵଜ ଚୌଧୁରୀ)ମହାଶିବରାତ୍ରି ଭଳି ଗୋଟିଏ ଖୁସିର ପର୍ବରେ ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକର ବେତାର ସିଂ ଗ୍ରାମରେ l ଜେନେରେଟର୍‌ ଧୂଆଁ ହେଲା କାଳ। ଘରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଧୂଆଁ ଯୋଗୁଁ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଈ ନିକଟସ୍ଥ ସଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଗଣେଷ ନାୟକ(୨୦) ଅମ୍ବିକା ନାୟକ (୧୨) ଥିବା ବେଳେ ଝୁମୁରି ନାୟକ(୭) ଗୁରୁତର ଥିବା ଜଣାପଡିଛି। ସୂଚନା ମୁତାବକ, ଗତକାଲି ବେତାରସିଂ ଗାଁର କମଳ ନାୟକଙ୍କ ପରିବାରରେ ବାହାଘର ଭୋଜି ଚାଲିଥିଲା । ହେଲେ କମଳ ନାୟକଙ୍କ ବାପା ମାଧବ ନାୟକ ଭାଇ ଗଣେଶ ନାୟକ(୨୦) ଓ ଦୁଇଝିଅ ଅମ୍ବିକା (୧୨), ଝୁମୁରି ନାୟକ (୭ ) ଭୋଜି ଭାତ ଖାଇ ଘରେ ଶୋଇଥିଲେ ।ତେବେ ଘର ସମୁଖରେ ଗୋଟିଏ ଜେନେରେଟର୍ ଲାଗିଥିଲା । ସକାଳୁ ସେମାନେ ଘରୁ ନ ଉଠିବାରୁ ଭୋର ୪ ଟା ସମୟରେ ପରିବାର ଲୋକେ ଉଠାଇଥିଲେ ।ତେବେ ବାପା ମାଧବ ମଧ୍ୟ କିଛି କଥା ବାର୍ତ୍ତା କରୁନଥିବା ବେଳେ ଅନ୍ୟ ମାନେ ଆଉ ଉଠି ନଥିଲେ ।ତେଣୁ ପରିବାର ଲୋକେ ଗୋଟିଏ ଅଟୋ ସାହାଯ୍ୟରେ ସକାଳୁ ସକାଳୁ ସେମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ତେବେ ଗଣେଶ ନାୟକ ଓ ଅମ୍ବିକା ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଝୁମୁରି ନାୟକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ।ତେବେ ଏନେଇ ଚନ୍ଦ୍ରଗିରି ଡାକ୍ତରଖାନାରେ ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରିରଖିଥିବା ଜଣା ପଡ଼ିଛି ଏ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି l