May 11, 2026

ସମ୍ବଲପୁରୀ ଧନୁଯାତ୍ରାର ତୃତୀୟ ରଜନୀ :କଂସଙ୍କ ଅଷ୍ଟମଲ୍ଲ ସହ ବିଚାର ବିମର୍ଶ, ଷଣ୍ଢାଶୁରକୁ ଗୋପପୁର ପ୍ରେରଣ

IMG-20250118-WA0007
Share

 

ସମ୍ବଲପୁରୀ,(ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁରୀ ଧନଯାତ୍ରାର ତୃତୀୟ ରଜନୀରେ ମଥୁରାରେ ପଡିଛି ବଡ଼ ଭାଳେଣି।ଭବିଷ୍ୟତ ସୁରକ୍ଷା ଲାଗି କଂସ ଅଷ୍ଟମଲ୍ଲ ମାନଙ୍କ ସହିତ ବିଚାର ବିମର୍ଶ ବିମର୍ଶ କରିଛନ୍ତି। ଏହି ସମୟରେ ଗୁପ୍ତଚର ଆସି ଗୋପପୁରରେ ଯାହା ସବୁ ଘଟଣା ଘଟୁଛି ତାହାର ଗୁପ୍ତ ଖବର ଦେବା ସହିତ ପୁତନା ବଧ ସମାଚାର ଦେବା ପରେ କଂସ ଦରବାର କିଛି ସମୟ ନିରବ ନିଶ୍ଚଳ ହୋଇ ପଡିବା ପରେ ପ୍ରବଳ ପ୍ରତାପୀ କଂସ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଶେଷରେ ଷଣ୍ଡାସୁରକୁ ଗୋପପୁର ପଠାଇ ଥିଲେ। କଂସ ଦରବାରରେ ଏହି ନାଟ୍ୟ ଅଭିନୟ ଖୁବ ଚିତ୍ତାକର୍ଷକ ଓ ହୃଦୟ ବିଦାରକ ଥିଲା।

 

କଂସ ମହାରାଜଙ୍କ ଆମନ୍ତ୍ରଣରେ କମିଟି ସଭାପତି ସଞ୍ଜୟ ବାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ବଲପୁର ମହାନଗର ନିଗମର ଆଯୁକ୍ତ ବେଦଭୂଷଣ ରାଜକୀୟ ଅତିଥି ଭାବେ ଯୋଗଦେଇ ମଥୁରାନଗରୀର ସ୍ୱଚ୍ଛତା ପାଇଁ କଂସ ମହାରାଜ ମଥୁରା ବାସୀଙ୍କୁ ଆଦେଶ ଦେବାକୁ ପ୍ରାର୍ଥନା କରିଥିଲେ। ରାଜକୀୟ ଅତିଥିଙ୍କ ସ୍ୱଛତା ବାର୍ତ୍ତା ପ୍ରତି ମହାରାଜ ନିଜର ସମ୍ମତି ଜଣାଇ ନଗରର ସଫା ସୁତୁରା ଓ ସ୍ୱଛତା ପାଇଁ ପ୍ରତିଟି ପ୍ରଜା କାର୍ଯ୍ୟ କରିବାକୁ ଆଦେଶ ଦେଇଥିଲେ। ଏହାକୁ ଭରପୁର ଦର୍ଶକ କରତାଳି ଦେଇ ସମର୍ଥନ କରିଥିଲେ। ଅନ୍ୟତମ ରାଜକୀୟ ଅତିଥି ଭାବେ ଏନଏଲସି ଅଧିକାରୀ ସୁବ୍ରତ ବିଶ୍ୱାଳ ଓ ଧନୁପାଲି ସପିଙ୍ଗ ହାଉସର ସଞ୍ଜୀବ ପ୍ରସାଦ ଯୋଗଦେଇଥିଲେ।କମିଟିର କାର୍ଯ୍ୟକାରୀ ସଭାପତି କମଳ ଲୋଚନ ପଣ୍ଡା, ସମ୍ପାଦକ ଗୁଣରଞ୍ଜନ ସାଳିମା, ସଂସ୍କୃତିକ ସହ ସମ୍ପାଦକ ଲଳିତ ମୋହନ ଵେବର୍ତ୍ତା ଓ ଯୋଗେଶ କୁମାର ନନ୍ଦ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ।

 

ଏହି ଅବସରରେ ସୂର୍ଯ୍ୟ ପାଣିଗ୍ରାହୀ ଓ ଅଜୟ କୁମାର ନାଥଙ୍କ ସଂଯୋଜନାରେ ସମ୍ବଲପୁର କଳାପରିଷଦ, କୋଶଳ ନର୍ସିଙ୍ଗ କଲେଜ, ନାଟରାଜ କଳାପରିଷଦ ଅତାବିରା, ଭିଏସଏସ ସ୍କୁଲ, ଉଡାଣ ଅନୁଷ୍ଠାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହିତ କଣ୍ଠଶିଳ୍ପୀ ଏମ ଶ୍ରେୟାଂଶ, କାହ୍ନୁକେଶର ବହିଦାର, ସୁଶ୍ରୀ ଶ୍ରଦ୍ଧା ମିଶ୍ର, ଅଭିପ୍ସା ସେଠ, ରାଜେନ୍ଦ୍ର ପ୍ରସାଦ ଦୀପ ପ୍ରମୁଖ ସମ୍ବଲପୁରୀ ସଂଗୀତର ମୂର୍ଚ୍ଛନା ତୋଳିଥିଲେ।କୃଷ୍ଣ ଚନ୍ଦ୍ର ବାଗଙ୍କ ମଞ୍ଚ ପରିଚଳନାରେ ସଂଗୀତ ଦେଇଥିଲେ ପ୍ରମୋଦ କୁମାର ମିଶ୍ର।