March 8, 2026

ଆଦିବାସୀ ଅଞ୍ଚଳରେ ମକର ଉତ୍ସବ

WhatsApp Image 2023-01-18 at 13.28.50
Share

 

କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ବେଲପଡା ଗ୍ରାମରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଆଦିବାସୀ ଅଞ୍ଚଳରେ ମକର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁବ ସମାଜ ସେବକ ତଥା ସରପଞ୍ଚ ପ୍ରତିନିଧି ଟୁନା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକର୍ମକୁ ୯ଟି ଆଦିବାସୀ ଗ୍ରାମର ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ବିଭିନ୍ନ କଳା ସଂସ୍କୃତି ପରିବେଷଣ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ସଙ୍ଗ୍ରାମ ସ୍ୱାଇଁ, ତୁଫାନ ସ୍ୱାଇଁ, ବେଲପଡା ଗ୍ରାମର ପୂର୍ବତନ ନ୍ୟାୟ ସରପଞ୍ଚ ସିମା ମଲିକ, ସାରଥି ମଲିକ,ଜଟିଆ ମଲିକ, ଶିକ୍ଷକ ଚରଣ ମଲିକ, କରୁଣା ମଲିକ,ଲିଲୁ ମଲିକ ପ୍ରମୁଖ ଉପସ୍ଥିତ କଳାକାର ମାନେଙ୍କ ଏହି ମକର ପର୍ବକୁ ବହୁ ଆଡମ୍ବରର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଦିବାସୀ ଅଞ୍ଚଳରେ ନାରୀନେତ୍ରୀ ସିତା ମଲିକଙ୍କ ନେତୃତ୍ବରେ ବେଲପଡା ଗ୍ରାମର ଶତାଧିକ ନାରୀ ଓ ପୁରୁଷମାନେ ଯୋଗ ଦେଇଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ