ବିଶିଷ୍ଠ ସମାଜସେବୀ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ)ଙ୍କୁ ସମ୍ବର୍ଦ୍ଧିତ।

ଛତ୍ରପୁର ତା ୧୭/୧୨/୨୫(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନର ସାଧାରଣ ପରିଷଦ ବୈଠକ ଛତ୍ରପୁର ନିକଟସ୍ଥ ମା ରାମଚଣ୍ଡୀ ପୀଠରେ ଜିଲ୍ଲା ସଭାପତି ସଦାଶିବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ସାମ୍ବାଦିକମାନେ ସମାଜର ଜାଗୃତ ପ୍ରହରୀ ଭାବେ କାର୍ଯ୍ୟ କରୁଥିବା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ସାମ୍ବାଦିକମାନଙ୍କର ପେନସନ, ସୁରକ୍ଷା, ପ୍ରେଷ୍ଟେଜ୍, ଅଧିସ୍ୱୀକୃତି ଓ ବୀମା ଯୋଜନାରେ ମାତା–ପିତାଙ୍କୁ ଅନ୍ତର୍ଭୁକ୍ତ କରିବା ଭଳି ଦାବୀଗୁଡ଼ିକୁ ସେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅବଗତ କରାଇବା ସହ ବିଧାନସଭାରେ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି କହିଥିଲେ ଯେ ପେନସନ, ସୁରକ୍ଷା, ପ୍ରେଷ୍ଟେଜ୍ ଓ ଅଧିସ୍ୱୀକୃତି ହେଉଛି ଓୟୁଜେର ମୂଳ ଦାବି। ବିଜେପି କେନ୍ଦ୍ରୀୟ ମିଡିଆ ସେଲର ସଂଯୋଜିକା ସୁଜାତା ସାବତ ସାମ୍ବାଦିକମାନଙ୍କ ଦାବୀ ଯଥାର୍ଥ ଓ ନ୍ୟାୟସଂଗତ ବୋଲି କହିବା ସହ ସରକାର ନିଶ୍ଚିତ ଭାବେ ଏହା ପୂରଣ ପାଇଁ ପ୍ରୟାସ ନେବେ ବୋଲି ଆଶା ପ୍ରକାଶ କରିଥିଲେ।ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ମିଶ୍ର ଜିଲ୍ଲା ୟୁନିୟନର ବାର୍ଷିକ ବିବରଣୀ ପାଠ କରିଥିଲେ। ପୂର୍ବତନ ଓୟୁଜେ ସଭାପତି ପ୍ରକାଶଚନ୍ଦ୍ର ପାଣିଗ୍ରାହୀ, ଉପଦେଷ୍ଟା ରବୀନ୍ଦ୍ର ପଣ୍ଡା ଓ ହରିହର ପାତ୍ର ସାମ୍ବାଦିକମାନଙ୍କ ସମସ୍ୟା ଓ ସମାଧାନ ଉପରେ ମତ ରଖିଥିଲେ।ସମ୍ପାଦକ ମେଘନାଦ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ରାଜଗୋପାଳ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଶିଷ୍ଠ ସମାଜସେବି କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ )ଙ୍କୁ ପ୍ରତିଦାନ ର ଆଶା ନରଖି ସାମାଜିକ,ସାଂସ୍କୃତିକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଧ୍ୟାତ୍ମିକ କାର୍ଯ୍ୟ ରେ ନିଜକୁ ନିୟୋଜିତ ରଖି ସମାଜ ରେ ସେବା କରୁଥିବା ବ୍ୟକ୍ତିତ୍ୱ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଶେଷରେ ସାମ୍ବାଦିକ ଦୂତୀ କୃଷ୍ଣ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ।
