March 8, 2026

ନବରଙ୍ଗପୁର ଡବ୍ଲୁଜେୟୁ ସଙ୍ଘ ର ବାର୍ଷିକ ଉତ୍ସବ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

IMG-20251217-WA0075
Share

 

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ଆଜି ନବରଙ୍ଗପୁର ଡବ୍ଲୁଜେୟୁ ସଂଘର ବାର୍ଷିକ ଉତ୍ସବ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଉତ୍କଳ ସାମ୍ବାଦିକ ସଙ୍ଘ ଅନୁବନ୍ଧିତ ଡବ୍ଲୁଜେୟୁ ସଂଘ ସଭାପତି ପି.ପ୍ରକାଶ ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମ ରେ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସାମ୍ବାଦିକ ମାନଙ୍କ ସମସ୍ତ ଦାବି ପୂରଣ ଦିଗରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିର୍ଭରଯୋଗ୍ୟ ପ୍ରତିଶୃତି ଦେଇଛନ୍ତି । ସଙ୍ଘ କୋଷାଧକ୍ଷ କିରଣ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ଟୁଟୁ ପଟ୍ଟନାୟକ ବିବରଣୀ ପାଠ କରିଥିଲେ । ବୈଠକରେ ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ବିଭୁତି ଭୂଷଣ କର, ସମ୍ପାଦକ ବେଣୁଧର ପଣ୍ଡା ସାମ୍ବାଦିକ ମାନଙ୍କ ସମସ୍ୟା ଏବଂ ଏହାର ସମାଧାନ ଦିଗରେ ସରକାର ଦୃଷ୍ଟି ଦେବା ନେଇ ଅଭିଭାଷଣ ରଖିଥିଲେ । ଆଜିର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ରାଜ୍ୟର ୨୫ ଗୋଟି ଜିଲ୍ଲାର ସଭାପତି, ସମ୍ପାଦକ ତଥା କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ନିଜ ସୁଚିନ୍ତିତ ମତାମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଙ୍ଘ କାର୍ଯ୍ୟକାରିଣୀ ସମ୍ପାଦକ ଦେବେନ୍ଦ୍ର ମିଶ୍ର, ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ, ଏକଜୁକେଟିଭ ମେମ୍ବର ଧିରେନ ପଣ୍ଡା, କାହ୍ନୁ ନଦିଆ , ରାଇଘର ସଙ୍ଘ ସଭାପତି ପ୍ରଶାନ୍ତ ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ଥିଲେ । ବିଭିନ୍ନ ଜିଲାରୁ ଆସିଥିବା ସଭାପତି, ରାଜ୍ୟ କର୍ମକର୍ତା ତଥା ଆୟୋଜନ ରେ ସହଯୋଗ କରିଥିବା ରାଇଘର ସାମ୍ବାଦିକ ବନ୍ଧୁଙ୍କୁ ମନ୍ତ୍ରୀ ଙ୍କ ଦ୍ୱାରା ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଇଘର ଯୁବକ ସାଙ୍ଗ ପକ୍ଷରୁ ପ୍ରଶାନ୍ତ କୁମାର ରାଇ, ଅଭିମନ୍ୟୁ ଡାକୁଆ , ଶକ୍ତି ଜେନା, ଦିଲ୍ଲୀପ ସିଂ ପାତ୍ର, ଚୁନୁ ରାଜପୁତ,ସାଇ କ୍ରିଷ୍ଣା ପ୍ରମୁଖ ସହଯୋଗ କରିଥିଲେ l