ପାଙ୍ଗିଡିରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର
ବୁଗୁଡ଼ା :ତା ୧୭/୧୧/୨୫ : ବୁଗୁଡ଼ା ବ୍ଲକର ପାଙ୍ଗିଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଦିନ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପାଙ୍ଗିଡି ପଞ୍ଚାୟତର ସରପଞ୍ଚ ଭାଗ୍ଯଲତା ବିଷୋୟୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶିବିରରେ ବିଡ଼ିଓ ଦୁତିକୃଷ୍ଣ ପାତ୍ର,ଏବିଡ଼ିଓ ଧର୍ମରାଜ ପରିଡା, ଏଟିଓ ସୁନନ୍ଦ ଶେଖର ସାହାଣୀ ଉପସ୍ଥିତ ଥିଲେ। ଏହି ଶିବିରରେ ୩୨ଟି ବ୍ଯକ୍ତିଗତ ଓ ଗୋଟିଏ ଗୋଷ୍ଠୀଗତ ଅଭିଯୋଗ ହୋଇଥିଲା। ସେଥି ମଧ୍ୟରୁ ୨୮ଟି ଅଭିଯୋଗର ତତକ୍ଷଣାତ୍ ସମାଧାନ ହୋଇଥିଲା। ବୁଗୁଡ଼ା ବ୍ଲକର ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀବୃନ୍ଦ ଏବଂ ପଞ୍ଚାୟତବାସୀ ଉପସ୍ଥିତ ରହିଥିଲେ।
