March 7, 2026

ଗଜପତି ଜିଲ୍ଲା ଅଡବା ଥାନା ଅଂଚଳରୁ ଏକ କାର ଯୋଗେ ୩୧ ଲକ୍ଷ ଟଙ୍କାର ଗଞ୍ଜେଇ ଗଜପତିରୁ ରାଜ୍ୟ ବାହାରକୁ ଚାଲାଣ ବେଳେ ଜବତ,ଜଣେ ଗିରଫ

IMG-20251117-WA0036
Share

 

 

ପାରଳାଖେମୁଣ୍ଡି:୧୭/୧୧(ଗରୁଡ ଧ୍ୱଜ ଚୌଧୁରୀ) ଜିଲ୍ଲା ଅଡ଼ବା ପୁଲିସ ଦ୍ୱାରା ୩୧ ଲକ୍ଷ ଟଙ୍କାର ଗଞ୍ଜେଇକୁ ଏକ କାରରେ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ ଜବତ କରାଯାଇଛି. ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଅଡବା ଥାନା ପୋଲିସ ବାଟୁମା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଦୃତଗତିରେ ଆସୁଥିବା କାର୍‌କୁ ଅଡ଼ବା ନିକଟ ନୂଆଁ ଶଙ୍ଖ ଠାରେ ସନ୍ଦେହରେ ପୋଲିସ ଅଟକାଇ ଥିଲେ । ଯାଞ୍ଚ ସମୟରେ କାର ମଧ୍ୟରେ ଜରି ବ୍ୟାଗରେ ଭର୍ତ୍ତି କରି ରଖାଯାଇଥ‌ିବା ୩୧ ଲକ୍ଷ ଗଞ୍ଜେଇକୁ ଜବତ କରିଥିଲେ ଅତିରିକ୍ତ ତହସିଲଦାର ଅଶୋକ ମୁଦୁଲିଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା । ଗିରଫ ଅଭିଯୁକ୍ତ ଅଡବା ଥାନା ଅନ୍ତର୍ଗତ କାଲେମା ଗାଁର ରାହୁଲ ବେହେରା ବୋଲି ଜଣାପଡିଛି. କାର ଦ୍ୱାରା ଗଞ୍ଜେଇକୁ ବ୍ରହ୍ମପୁର ଦେଇ ରାଜ୍ୟ ବାହାରକୁ ଚୋରାଚାଲାଣ କରିବା ଯୋଜନା ହୋଇଥିଲା ବୋଲି ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।