April 27, 2026

ଉମରକୋଟ ୟୁ ପି ଏଲ ୨୦୨୫ ସୁନ୍ଦରଗଡ଼ କୁ ହରାଇ ଝାରସୁଗୁଡ଼ା ଚମ୍ପିୟାନ…..

IMG-20251117-WA0009
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଉମରକୋଟ ପ୍ରୀମି ୟର ଲିଗ୍ ଫାଇନାଲ ମ୍ୟାଚ ରେ ସୁନ୍ଦରଗଡ଼ କୁ ହରାଇ ଝାରସୁଗୁଡ଼ା ଦଳ ଚମ୍ପିୟାନ ହେଇଛି। ସୁନ୍ଦରଗଡ ଟସ ଜିତି ପ୍ରଥମେ ଫିଲ୍ଡିଂ କରିଥିଲା।ଝାରସୁଗୁଡ଼ା ଦଳ ପ୍ରଥମେ ବ୍ୟାଟିଂ କରି ୨୦ଓଭର ରେ ୧୭୮ରନ କରି ଅଲ ଆଉଟ୍ ହେଇ ଯାଇଥିଲେ। ଝାରସୁଗୁଡ଼ା ର ବରୁଣ କୁମାର ସର୍ବାଧିକ ୪୮ ରନ ମାରିଥିବା ବେଳେ ସୁନ୍ଦରଗଡ ର ଷୌଭାଗ୍ୟ ରାଉତ ୩ଟି ୱିକେଟ ନେଇଥିଲେ। ପରେ ସୁନ୍ଦରଗଡ଼ ବ୍ୟାଟିଂ କରି ୧୬.୨ଓଭର ଖେଳି ୧୧୫ରନ ରେ ଆଲ ଆଉଟ୍ ହୋଇ ଯାଇଥିଲେ। ସନ୍ଦୀପ ପଟ୍ଟନାୟକ ସର୍ବାଧିକ ୫୧ରନ ମାରିଥିଲେ। ଝାରସୁଗୁଡ଼ା ର ମୁନା ମାନସ ଓ ଜେ ଡି ୩ ଟି ଲେଖାଏଁ ୱିକେଟ ନେଇ ଥିଲେ। ଆଜିର ମ୍ୟାଚ ର ମ୍ୟାନ ଅଫ ଦି ମ୍ୟାଚ ଜେ ଡି ପାଇଥିବା ବେଳେ ଝାରସୁଗୁଡ଼ା ର ରାଜା କୁସୁମ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ସିରିଜ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହେଇଥିଲା। ଆଜି ର ମ୍ୟାଚ ରେ ଅମ୍ପ।ୟରିଂ ଅଭିଜିତ ବଳ ଓ ବାବ୍ଲୁ କରିଥିଲେ। ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟ।ନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ନବରଙ୍ଗପୁର ବିଧାୟକ ଗୌରୀ ମାଝି, ଝରିଗାଁ ବିଧାୟକ ନରସିଂହ ଭତ୍ର।, ରାଜ୍ୟ ବିଜେପି ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ୟୁପିଏଲ ଅଧକ୍ଷ ସୁଧାଂଶୁ ଦାସ,ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ସାଂସଦ ପ୍ରତିନିଧି ରାମ ନାୟକ, ଶରତ ଚନ୍ଦ୍ର ପାଣିଗ୍ରାହୀ, ସଲିମ୍ ରାଠୋର, ଦୁର୍ଗା ପ୍ରସାଦ ମଲିକ, ପ୍ରଶାନ୍ତ ସାହୁ, ଉମରକୋଟ ଥାନା ଆଇଆଇସି ରମ।କାନ୍ତ ସାଏ,ସିବଜି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଭାଷ୍ୟ କାର ଭାବେ ଆଜିର ଫାଇନାଲ ମ୍ୟାଚରେ କାବୁଲ ସାନ୍ତ୍ର। , ତେଜ ରାଜ ଠାକୁର କରିଥିଲେ। ବେଷ୍ଟ ସିକ୍ସଏସ ପୁରସ୍କାର ପୂର୍ଣ୍ଣ ଚନ୍ଦ୍ର ମାଝୀ, ବେଷ୍ଟ ଫିଲ୍ଡରଶିବ ହରିଜନ ଓ ବେଷ୍ଟ କିପର ଭାବେ ଦିପ।ନ୍ତମଜୁମଦାର ଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସର ରେ ୟୁପୀଏଲ୍ ପକ୍ଷରୁ ପୋଲିସ, ମିଡ଼ିଆ, ଝାଡୁଦାର, ସ୍ୱେଚ୍ଛ।ସେବୀ ଓ ଅମ୍ପାୟର ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।