ଆଜିର ଖବର..
୧-ଭୁବନେଶ୍ୱର:୧୨ ଡିଗ୍ରୀ ତଳେ ରହିଛି ୧୩ ସହରର ତାପମାତ୍ରା। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ।
୨-ଭୁବନେଶ୍ୱର:ଅବହେଳିତ ଶିଶୁ ବାଟିକା ଛାତ୍ରଛାତ୍ରୀ,ବର୍ଷ ସରିବ,ଏ ଯାଏଁ ମିଳିନାହିଁ ୟୁନିଫର୍ମ।
୩-ସରକାରଙ୍କ ଆଳୁ ଚିନ୍ତା, ଉତ୍ତରପ୍ରଦେଶରୁ ଆସିବ,ହେଲେ ଭଡାକୁ ନେଇ କେଁ।
୪-ଭୁବନରେ ମଧ୍ୟଯୁଗୀୟ ମାନସିକତା, ପୁତ୍ର ସନ୍ତାନ ଜନ୍ମ ହେଲାନି ବୋଲି ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲେ ସ୍ବାମୀ,ଡାକ୍ତରଖାନା ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ମହିଳା।
୫-ମାଲକାନଗିରି ସୀମାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ, ଟଳିଲେ ୩ ମାଓବାଦୀ।
୬-ପୁରୀ ଭଳି କେନ୍ଦ୍ରାପଡ଼ାରେ ହେବ ବଳଦେବଜୀଉଙ୍କ ପରିକ୍ରମା ପ୍ରକଳ୍ପ; ଖର୍ଚ୍ଚ ହେବ ୧୦୦ କୋଟି।
୭-ବ୍ୟାଡମିଣ୍ଟନ ତାରକା ଶ୍ଵେତାପର୍ଣ୍ଣା ପଣ୍ଡା, ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ ସମ୍ମାନିତ।ଭାରୋତ୍ତୋଳକ ପ୍ରୀତସ୍ମିତା ଭୋଇ ଓ ଟେନିସ ତାରକା ଆହାନ ଉପବିଜେତା ଭାବେ ପୁରସ୍କୃତ।
୮-କାମାକ୍ଷାନଗର:ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ମାଡିଗଲା ଟ୍ରକ, ଚାଲିଗଲା ୩ ଜୀବନ।
୯-ନୂଆପଡ଼ା ଫଳାଫଳକୁ ନେଇ ବିଜେଡି ଆଣିଲା ଅଭିଯୋଗ, ମେସିନ୍ ଭୋଟ୍କୁ ଅଗ୍ରାହ୍ୟ କଲେ ସ୍ନେହାଙ୍ଗିନୀ।
୧୦-୧୩ ଦଫା ଦାବିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଘର ମହାସମ୍ମିଳନୀ ଅନୁଷ୍ଠିତ।
୧୧-ଭୁବନେଶ୍ୱର:ଗ୍ଲୋବାଲ୍ ସିକ୍ୟୁରିଟି ଇନ୍ଷ୍ଟିଚ୍ୟୁଟ୍ର ମୁଖ୍ୟ ଜୋନାଥନ୍ ଗ୍ରାନଫ୍ଙ୍କୁ କିସ୍ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ।
୧୨-ବେଗୁନିଆ ବ୍ଲକ୍ ଡଙ୍ଗରପଡ଼ା:ଚର୍ଚ୍ଚାରେ ବୁଲା ଷଣ୍ଢଙ୍କ ଦେବଦୂତ,୧୩୮ଟି ବୁଲା ଷଣ୍ଢଙ୍କୁ ଆଶ୍ରୟ ଦେଇଛନ୍ତି ଚିତ୍ତରଞ୍ଜନ ପାଇକରାୟ ।
୧୩-ଡମଣା ଛକରେ ସାଂଘାତିକ ଟ୍ରାଫିକ ଜାମ, ୧ କି.ମି. ଦୂର ଯାଏ ଫସିଲେ ଲୋକେ।ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକମାନେ ହେଲେ ହନ୍ତସନ୍ତ।
୧୪-ଆରଡ଼ି:ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର, ୪ ଗୁରୁତର, ଭଦ୍ରକ ମେଡିକାଲରେ ଭର୍ତ୍ତି।
୧୫-ପାରାଦୀପରେ ବିମାନ ଦୁର୍ଘଟଣାର ଉଦ୍ଧାର କୌଶଳ ପ୍ରଦର୍ଶନ, ଅଭ୍ୟାସ ବେଳେ ସାମିଲ ହେଲା ବାୟୁସେନା ବିମାନ।
୧୬-ଜଗତସିଂହପୁର:ବେହେରାମପୁର ବସ୍ତିରୁ ଦୁଇ ବାଂଲାଦେଶୀ ଅଟକ, ବନ୍ଧୁକ, ୫ଟି କଟୁରୀ ଓ ଆପତ୍ତି ଜନକ ସାମଗ୍ରୀ ଜବତ।
୧୭-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଳାଭଣଜା:ମଞ୍ଚରେ ସୀମା ଟପିଲା ଅଶ୍ଳୀଳତା, ମାଆ ସୀତା ଭୂମିକାରେ ଥିବା କଳାକାରଙ୍କୁ ଉଲଗ୍ନ ସହ କଲେ ଦୁଷ୍କର୍ମ ଉଦ୍ୟମ। ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ।
୧୮-କନ୍ଧମାଳ:ହାର୍ଡକୋର ମାଓ ଦମ୍ପତିଙ୍କ ଆତ୍ମସମର୍ପଣ, ଉଭୟଙ୍କ ନାଁରେ ଥିଲା୧ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର।
୧୯-NTPCର ବଡ଼ ନିବେଶ, ଦେଶରେ ପ୍ରତିଷ୍ଠା କରିବ ବଡ଼ ନ୍ୟୁକ୍ଲିୟର ପ୍ଲାଣ୍ଟ। ୭୦୦, ୧୦୦୦ ଏବଂ ୧୬୦୦ ମେଗାୱାଟ କ୍ଷମତା ବିଶିଷ୍ଟ ପରମାଣୁ ବିଦ୍ୟୁତ୍ କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ।
୨୦-କୋଲକାତା ଟେଷ୍ଟ ହାରିଲା ଭାରତ,୧୫ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ମ୍ୟାଚ୍ ଜିତିଛି ଦକ୍ଷିଣ ଆଫ୍ରିକା।
୨୧-ବିହାର ବିଧାନସଭା ଶପଥ ଗ୍ରହଣ ଉତ୍ସବ ଆସନ୍ତା ୧୯ କିମ୍ବା ୨୦ତାରିଖରେ ହେବ ।
୨୨-ଏଲନ ମସ୍କଙ୍କର ଷ୍ଟାର୍ଲିଙ୍କକୁ ଟକ୍କର ଦେବ Amazon Leo: ଉପାନ୍ତ ଅଞ୍ଚଳରେ ପହଞ୍ଚାଇବ ଇଣ୍ଟରନେଟ୍।
