April 27, 2026

ଉମରକୋଟ ଠାରେ ଭାଜପା ଦଳୀୟ କାର୍ଯ୍ଯାଳୟ ଠାରେ ୧୫୦ତମ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ…….. 

IMG-20251117-WA0006
Share

 

ମଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)ନବରଙ୍ଗପୁର ଜିଲ୍ଲା ଭାଜପା ଦଳୀୟ କାର୍ଯ୍ଯାଳୟ ଠାରେ ୧୫୦ତମ ବିର୍ସାମୁଣ୍ଡା ଜୟନ୍ତୀ ଅବସରରେ ଜନଜାତିୟ ଗୌରବ ଦିବସ ପାଳନ କରାଯାଇଅଛି, ଏଥିରେ ମୁଖ୍ଯ ଅତିଥି ରୁପେ ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇଥିବା ବେଳେ ମାନ୍ଯବର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏବଂ ସମ୍ମାନିତ ଅତିଥି ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ତରା, ରାଜ୍ଯ ଉପସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ, ସାଂସଦ ପ୍ରତିନିଧି ରାମ ନାୟକ,ପ୍ରିତିସ୍ନିଗ୍ଧା ମହାପାତ୍ର ସମସ୍ତ ଅତିଥି ମଞ୍ଚସ୍ତରେ ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ ମଞ୍ଚ ପରିଚାଳନା କରିଥିଲେ ।ଏଠାରେ ଉଲ୍ଲେଖ ଥାଉଯେ ରାଷ୍ଟ୍ର ଆଜି ଜନଜାତିୟ ସ୍ବତନ୍ତ୍ରତା ସେନାନି ଏବଂ ଆଦିବାସୀ ନେତା ଭଗବାନ ବିର୍ଶାମୁଣ୍ଡା ଙ୍କ ଜୟନ୍ତୀକୁ ଜନଜାତିୟ ଗୌରବ ଦିବସ ରୁପେ ପାଳନ କରୁଅଛି ।କେନ୍ଦ୍ର ସରକାର ଜନଜାତିଙ୍କ ଇତିହାସକୁ ଜୀବିତ ରଖିବା ପାଇଁ ୧୫ ନଭେମ୍ବର ଦିନକୁ ଜନଜାତିୟ ଗୌରବ ଦିବସ ରୁପେ ପାଳନ କରୁଅଛି ।ଜନଜାତିୟ ସମାଜକୁ ମୁଖ୍ୟ ଧାରାରେ ଆଣିବା ଏହା ମୋଦି ସରକାରଙ୍କ ଏକ ପ୍ରୟାସ ସରକାର ଧରତୀ ଆବା ଜନଜାତିୟ ଗ୍ରାମୀଣ ଉତ୍କର୍ଷ ଅଭିଯାନ ଯୋଜନା ଦେଶରେ ୬୩ ହଜାର ଆଦିବାସୀ ଗ୍ରାମରେ ବିକାଶର ଧାରାକୁ ତ୍ବରାନ୍ବିତ କରୁଛନ୍ତି ବିର୍ଶା ମୁଣ୍ଡା ଜଣେ ଆଦିବାସୀ ବନବାସୀ ପରିବାର ହୋଇ ମଧ୍ୟ ଇଂରେଜ ସରକାରଙ୍କ ନିଦ ହଜେଇ ଦେଇଥିଲେ, ଜନଜାତି ହେଲେ ଏହି ଭୂଖଣ୍ଡର ମୂଳ ଅଧିବାସୀ ସେମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରଥମ ସେବକ ବୋଲି ବିଧାୟକ ସିଦ୍ଧାନ୍ତ ମହାପାତ୍ର ନିଜ ଅଭିଭାଷଣରେ କହିଥିଲେ ସମସ୍ତ ନେତୃ ମଣ୍ଡଳୀ ସରକାରଙ୍କ ଦ୍ବାରା ସେମାନଙ୍କ ଉପଲବ୍ଧି ଏବଂ ତାଙ୍କ ପ୍ରତି ସମ୍ମାନ ବିଷୟରେ ସମସ୍ତେ ନିଜ ନିଜ ର ବକ୍ତବ୍ୟ ଦେଇ ଥିଲେ । ସମସ୍ତ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ହେତୁ ନେତୃ ମଣ୍ଡଳୀ ତରଫରୁ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।