October 17, 2026

ଶତ ବାର୍ଷିକୀ ପାଳନ ଅବସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

IMG-20261017-WA0055
Share

 

ବରଗଡ,

 

ଅଦ୍ୟ ତା ୧୭-୧୨-୨୦୨୬ ରିଖ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପତ୍ରାପାଲି ଠାରେ ବିଦ୍ୟାଳୟକୁ ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଶତ ବାର୍ଷିକୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ପୁରାତନ ଛାତ୍ର ଶ୍ରୀଯୁକ୍ତ ନାରାୟଣ ବିଶି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିକ୍ଷକ ନନ୍ଦିଘୋଷ ଭୁଏ,ଋଷୁଭ ମେହେର ,ସଞ୍ଜୀବ ପର୍ଡିଆ ଙ୍କ ସମେତ ବହୁ ପୁରାତନ ଛାତ୍ର ଉପସ୍ଥିତ ଥିଲେ । ଏହି ଶତ ବାର୍ଷିକୀ ଆସନ୍ତା ତା ୨୩-୧୨-୨୦୨୬ ରୁ ତା ୨୪-୧୨-୨୦୨୬ ପର୍ଯ୍ୟନ୍ତ ଦୁଇ ଦିନ ଧରି ପାଳନ କରିବାକୁ ନିଷ୍ୱତ୍ତି ନିଆଗଲା । ବୈଠକର ପୁରାତନ ଛାତ୍ର ମଦନ ମହାକୁର,ବେଣୁଧର ଭୁଏ,ବିବେକାନନ୍ଦ ଗେଜୋ,ସୁଦାମ ଗେଜୋ,ହୃଷୀକେଶ ମହାକୁର ଏବଂ ବିମଳ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

You may have missed