October 17, 2026

ଗୋଡଭଗା ଛକରେ ପ୍ରଶାସନିକ ଅବହେଳା – ବେଆଇନ ପାର୍କିଂରେ ଅଚଳ ବାଇପାସ୍, ଦୁର୍ଘଟଣା ଆଶଙ୍କାରେ ଛାତ୍ରଛାତ୍ରୀ

IMG-20261017-WA0054
Share

 

ବରଗଡ

– ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ସୀମାନ୍ତବର୍ତ୍ତୀ ଗୋଡଭଗା ମୁଖ୍ୟ ଛକ ଏବେ ବେଆଇନ ପାର୍କିଂ ଓ ଉଠା ଦୋକାନୀଙ୍କ କବଳରେ କବଳିତ। ଉଭୟ ବାଇପାସ୍ ସମେତ ଲହଣ୍ଡା ଓ ତୁରୁମ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ବାଇକ୍, ଅଟୋ, ଛୋଟ-ବଡ ଗାଡି ଅଟକାଇ ରଖିବା ଏବଂ ରାସ୍ତା ଜାମ୍ କରି ପନିପରିବା, ଫାଷ୍ଟଫୁଡ୍ ଠେଲା ବେପାର ଯୋଗୁଁ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି।

 

ସ୍ଥାନୀୟ ପ୍ରଶାସନର ଉଦାସୀନତା ଯୋଗୁଁ ଦିନକୁ ଦିନ ଟ୍ରାଫିକ ସମସ୍ୟା ଉଗ୍ରରୂପ ନେଉଛି। ଏସବୁ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ ସ୍କୁଲ-କଲେଜ ଯିବା ଆସିବା କରୁଛନ୍ତି। ସ୍ଥାନୀୟ ଜନତା ହାଇସ୍କୁଲର ମୁଖ୍ୟ ଫାଟକ ସାମ୍ନାରେ ମନଇଚ୍ଛା ଗାଡ଼ି ପାର୍କିଂ ଓ ଉଠା ଦୋକାନୀଙ୍କ ବେପାର ଯୋଗୁଁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସରକାରୀ ଅଧିକାରୀ ଅପଦସ୍ତ ହେଉଛନ୍ତି। ଛାତ୍ରଛାତ୍ରୀ ଠିକ୍ ସମୟରେ ନିଜ ଶିକ୍ଷାନୁଷ୍ଠାନରେ ପହଞ୍ଚି ପାରୁନାହାଁନ୍ତି। ଏପରିକି ଗୁରୁତର ରୋଗୀଙ୍କୁ ନେଉଥିବା ଆମ୍ବୁଲାନ୍ସ ଗାଡି ମଧ୍ୟ ଅଟକି ରହୁଥିବାର ଦେଖିବାକୁ ମିଳୁଛି।

 

ବାଇପାସ୍ ରାସ୍ତାରୁ ବେଆଇନ ପାର୍କିଂ ହଟାଇ ଟ୍ରାଫିକ୍ ସମସ୍ୟା ସୁଧାରିବାକୁ ସାଧାରଣରେ ଜୋର୍ ଦାବି ହେଉଛି।

You may have missed