November 15, 2024

ଗଜପତି:- ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ..

Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ କାର୍ଯ୍ୟକ୍ରମରେ ମୁଖ୍ୟତଃ ମେଳାକୁ ଜିଲ୍ଲାର ଚାଷୀ ଓ ଜନସାଧାରଣଙ୍କ ପାଇଁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା କରା ଯାଇଥିଲା ।

ଆସନ୍ତା ନଭେମ୍ବର ତା.୦୮.୧୧.୨୦୨୪ ଓ ତା ୦୯.୧୧.୨୦୨୪ ରିଖ ଦୁଇ ଦିନ ଧରି ଗଜପତି ଷ୍ଟାଡିୟମ ଠାରେ ମେଳା ଆୟୋଜନ ହେବ I ଏଥିରେ ୨୦ ଗୋଟି ଷ୍ଟଲ ସହିତ ଜୀବନ୍ତ ମତ୍ସ୍ୟ ଓ ବିଭିନ୍ନ ପ୍ରଜାତିର ଗୃହପାଳିତ ପ୍ରାଣୀ ସମ୍ପଦର ପ୍ରଦର୍ଶନୀ ଆୟୋଜିତ ହେବ I ଏହି ଦୁଇ ଦିନ ସଭା କାର୍ଯ୍ୟକ୍ରମ ସହ ଚାଷୀ ଓ କୃଷି ବୈଜ୍ଞାନିକ ମାନଙ୍କ ସହିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I

ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ପାଳନରେ କୃତୀ ଅର୍ଜନ କରି ଶ୍ରେଷ୍ଠ ବିବେଚିତ ହୋଇଥିବା ୮ ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏତଦ ବ୍ୟତୀତ ଗୋ-ସମ୍ବର୍ଧନା ଉତ୍ସବ ପାଇଁ ଗୋ-ପୁଜନ ସହ ଏକ ଗୋ-ପ୍ରଦର୍ଶନୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ I

କାର୍ଯ୍ୟକ୍ରମର ଏହି ଦୁଇ ଦିନ ଜିଲ୍ଲାର ସମସ୍ତ ବ୍ଲକ ରୁ ୫୦୦ ରୁ ଅଧିକ ମତ୍ସ୍ୟ ଓ ପ୍ରାଣୀ ପାଳକ ଏହି ମେଳାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଅଛି I

ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନାକୁ ଲୋକକଳା ଓ ଲୋକନୃତ୍ୟ ମାଧ୍ୟମରେ ଚାଷୀଙ୍କ ଅବଗତି ପାଇଁ ଏହି ଦୁଇ ଦିନ ଲୋକନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ I

ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ତୁଷାର କାନ୍ତ ସାହୁ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସୁରେନ୍ଦ୍ର ନାଥ ସ୍ୱାଇଁ , ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଲିଶା ବେହେରା , ଉପନିର୍ଦ୍ଦେଶକ ଉଦ୍ୟାନ ଶ୍ରୀ ସୁଶାନ୍ତ କୁମାର ଦାଶଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————