November 15, 2024

ଋତୁପର୍ଣ୍ଣା ସାହିତ୍ୟ ସଂସଦ ର ୬ଷ୍ଠ ତମ ବାର୍ଷିକ ଉତ୍ସବ ଓ ପୁସ୍ତକ ଉନ୍ମୋଚ…..

Share

ତିର୍ତ୍ତୋଲ, ୧୬/୧୦/୨୪

 

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ସ୍ଥିତ କୁମାର ଉତ୍ସବ ସମିତି ପରିସରରେ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଜିଲ୍ଲାସ୍ତରୀୟ କୈବର୍ତ୍ତ ମହାସଂଘର ସଭାପତି ପ୍ରହଲ୍ଲାଦ ଚନ୍ଦ୍ର ବେହେରା ! ମୁଖ୍ୟ ବକ୍ତା ଥିଲେ ଓଡ଼ିଶାର ବିଶିଷ୍ଠ ସଂସ୍କୃତି ଗବେଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟ ! ସମ୍ମାନିତ ଅତିଥିଭାବେ ଜ୍ୟୋତିର୍ବିଦ ଡଃ. ଅରୁଣ କୁମାର ପାଣି, ନବକାକଳୀ ର ସମ୍ପାଦକ ସାହିତ୍ୟରତ୍ନ ଡଃ. ସୁରେନ୍ଦ୍ର ନାଥ ତ୍ରିପାଠୀ, ତିର୍ତ୍ତୋଲ କୁମାରଉତ୍ସବ ସମିତିର ପୂର୍ବତନ ଉପଦେଷ୍ଟା ଭାଗବତ ବିଶ୍ୱାଳ, ଯୋଗଦେଇଥିବା ବେଳେ,ବିଶିଷ୍ଠ ଅତିଥିଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁରେସ ଚନ୍ଦ୍ର ମହାନ୍ତି ଏବଂ ବରେଣ୍ୟ ଅତିଥିଭାବେ ତିର୍ତ୍ତୋଲ ଝଙ୍କଡ଼ ସାହିତ୍ୟ ସଂସଦ ର ସମ୍ପାଦକ ଝଙ୍କଡରତ୍ନ ଗୋଲେକ ବିହାରୀ ପଲାଇ, କିଟ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଦିନେଶ କୁମାର ରଥ, ଜାତୀୟ ଜୟଦେବ ସମ୍ମାନ ପ୍ରାପ୍ତ ଗୀତା ଶାସ୍ତ୍ରବିତ ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥୀ, ବାଙ୍ଗାଲୋର ଆବାସିକ ଇଞ୍ଜିନିୟରିଙ୍ଗ ଟ୍ରେନିଂ ସେଣ୍ଟର ର ନିର୍ଦ୍ଧେଶିକା ଦୁର୍ଗେଶ ନନ୍ଦିନୀ ଦାଶ ଯୋଗଦେଇ ଥିବାର ଦେଖିବାକୁ ମିଳିଥିଲା ! ସଭା ପ୍ରାରମ୍ଭରେ ପଣ୍ଡିତ ପ୍ରଶାନ୍ତ କୁମାର ଶତପଥି ଙ୍କ ବେଦଧ୍ୱନି ମଧ୍ୟରେ,ପ୍ରଦୀପ ପ୍ରଜ୍ବଳନ କରି ସଭା ଉଦଘାଟନ କରିଥିଲେ ଭାଗବତ ମହାଯଜ୍ଞ ର ରାଜ୍ୟ ସଭାପତି ବାବା ତପନ ମହାରାଜ ଜୀ ! ସମସ୍ତ ଆମନ୍ତ୍ରିତ ଅତିଥିମାନେ ଏହି କାର୍ଯ୍ୟରେ ସହଯୋଗ କରିଥିଲେ ! ଋତୁପର୍ଣ୍ଣା ର କଳାକାର ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିବା ବେଳେ ଗୋଲେକ ବିହାରୀ ପଳାଇ ଙ୍କ ସଭାପତିତ୍ୱରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଡଃ. ବସନ୍ତ ମଞ୍ଜରୀ ଦାସ !ସମ୍ପାଦକୀୟ ପାଠ କରିଥିଲେ ଋତୁପର୍ଣ୍ଣା ର ସମ୍ପାଦକ ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ! ଏହି ଅବସରରେ ଋତୁପର୍ଣ୍ଣା ନାମକ ପତ୍ରିକା ଉନ୍ମୋଚନ କରାଯାଇଥିଲା !ଆଞ୍ଚଳିକ କବି ଓ କବୟିତ୍ରୀ ମାନଙ୍କୁ ନେଇ ସ୍ୱ ରଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ପ୍ରତିଭା ଅନ୍ୱେଷଣ ଋତୁପର୍ଣ୍ଣା ମହ୍ଲାର ପୁରସ୍କାର ପ୍ରଦାନ କରାଯାଇଥିଲା ! ଏହି ସମସ୍ତ କାର୍ଯ୍ୟରେ ସଂଯୋଜିକା କାର୍ଯ୍ୟ ତୁଲାଇଥିଲେ ସବିତା ନାୟକ, ପ୍ରତିଭା ମିଶ୍ର, ଓ ମାନସୀ ସ୍ୱାଇଁ !ସମ୍ବର୍ଦ୍ଧନା ର ଉପସ୍ଥାପିକା ଓ ଉପସ୍ଥାପକ ଥିଲେ ବସନ୍ତ ମଞ୍ଜରୀ ଦାସ, ଦିଗମ୍ବର ରାଉତ ! ସଭାପତି ଙ୍କ ଅଭିଭାଷଣ ପରେ ଧନ୍ୟବାଦ ଅର୍ପଣ କରିଥିଲେ ଝୁଲରାମ ଦାସ ! ଅନ୍ୟ ମାନଙ୍କ ମଧ୍ୟରେ ବାସବ ନନ୍ଦ, ହେମନ୍ତ ନାୟକ, ଆଇନୀଜୀବୀ ମଞ୍ଜୁଲତା ରାଉତ,ଗଣମାଧ୍ୟମ ପ୍ରତିନିଧି ,ବରିଷ୍ଠ ଓ କନିଷ୍ଠ କବି କବୟିତ୍ରୀ ମାନେ ଯୋଗଦେଇ ସଭାର ମାନ ବୃଦ୍ଧି କରିଥିବାର ଦେଖିବାକୁ ମିଳିଥିଲା !

 

:- ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର…..