June 29, 2024

ଲୋକନୃତ୍ୟ କଳାକାରଙ୍କ ୨ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

Share

ଲୋକନୃତ୍ୟ କଳାକାରଙ୍କ ୨ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ କଳାକାରଙ୍କୁ ଦିଆଯାଉଛି ତାଲିମ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ରାମନଗୁଡା ବ୍ଲକ କଳା ସାଂସ୍କୃତିକ ସଂଗଠନର କଳାକାର ମାନଙ୍କୁ ୨ ଦିନ ଧରି ଚାଲିଥିବା ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି | ରାମନଗୁଡା ବ୍ଲକ ମିଶନ ଶକ୍ତି ସଭାଗୃହ ଠାରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଉଦଘାଟନ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ମୁଖ୍ୟ ଅତିଥି ରାଜ୍ୟ ସଂଯୋଜକ କୃଷ୍ଣ ଚନ୍ଦ୍ର ନିଶଙ୍କ, ସମ୍ମାନିତ ଅତିଥି, କୋରାପୁଟ ଜିଲ୍ଲା ସଯୋଜକ ଗୁପ୍ତ ପାଣିଗ୍ରାହୀ, ରାୟଗଡ ଜିଲ୍ଲା କଳା ସଂସ୍କୃତି ସଂଗଠନ ଉପ ସଭାପତି ସନ୍ତୋଷ ବଛା, ରାୟଗଡ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ତାଣ୍ଡି, ଗୁଣପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, କୁଜେନ୍ଦ୍ରୀ ସରପଞ୍ଚ ରମେଶ ଶବର, ବ୍ଲକ କଳାକାର ସଂଘ ଉପ ସଭାପତି ରମେଶ ଶବର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ତାଲିମ ଶିବିରକୁ ସନ୍ତୋଷ ତାଣ୍ଡି ସଂଯୋଜନା କରିବା ସହ ତାଲିମ ପ୍ରଦାନ ବିଷୟରେ ଆଲୋକପାତ କରିଥିଲେ | ରାଜ୍ୟ ସରକାରଙ୍କ ପ୍ରଗତିମୂଳକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ମୁଖ୍ୟତଃ ସରକାରଙ୍କ ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ଫସଲ ବୀମା ଯୋଜନା, କୃଷି ଋଣ ସୁଧ, ମଧୁବାବୁ ପେନସନ ଯୋଜନା, ଆମ ଓଡିଶା ନବୀନ ଓଡିଶା, ମିଶନ ଶକ୍ତି ,5ଟି ସ୍କୁଲ ରୂପାନ୍ତୀକରଣ, କ୍ରୀଡା, ହରିଶ୍ଚନ୍ଦ୍ର ଯୋଜନା, ଓଡିଶା ଆଦର୍ଶ ବିଦ୍ୟାଳୟ, ଆମ ହସ୍ପିଟାଲ ଆଦି ୮ଗୋଟି ଯୋଜନା ସମ୍ପର୍କରେ ବିଷଦ ବିବରଣୀ ପ୍ରଦାନ କରାଯାଇଥିଲା | ଏହି ଶିବିରରେ ବିକେଏସଏସର କଳାକାର ମାନେ ଗାଁ ଗାଁ ରେ ଲୋକଙ୍କୁ ଲୋକ କଳା ମାଧ୍ୟମରେ ସଚେତନ କରାଇବା ସହ ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବେ | ଏହି ତାଲିମ ଶିବିରରେ ବିଭିନ୍ନ ଯୋଜନା ସମ୍ପର୍କୀୟ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିବା ବେଳେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଏବଂ ଏକ ଦିନର କାର୍ଯ୍ୟକ୍ରମର ସାରାଂଶ, ଚୂଡାନ୍ତୀକରଣ ବିଷୟରେ ଆଲୋକପାତ କରାଯାଇଥିଲା |

ରିପୋର୍ଟ ରାକେଶ କୁମାର ବେହେରା