June 29, 2024

ସକାଳର ଖବର, ୧୭-ଅକ୍ଟବର -୨୦୨୩, ମଙ୍ଗଳବାର*

Share

*╭──────────────────╮*
*🌄ସକାଳର ଖବର, ୧୭-ଅକ୍ଟବର -୨୦୨୩, ମଙ୍ଗଳବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଏଣିକି ରାଜ୍ୟର ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ର ହେବ ନିୟମିତ ଅଙ୍ଗନବାଡି କେନ୍ଦ୍ର, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ପୁରୀର ନୀଳାଦ୍ରି ଭକ୍ତ ନିବାସରେ ବସିଲା ଛତିଶା ନିଯୋଗ ବୈଠକ l କାର୍ତ୍ତିକ ମାସ ଲାଗି ହବିଷ୍ୟାଳୀଙ୍କ ଦର୍ଶନ ଉପରେ ଦିଆଗଲା ବିଶେଷ ଗୁରୁତ୍ୱ l ଅକ୍ଟୋବର ୨୫ ତାରିଖରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ଏବଂ ନଭେମ୍ବର ୨୦ ତାରିଖ ସୋମବାର ଦିନ ଅବକାଶ ପରେ ମହାପ୍ରଭୁଙ୍କ ହରିହର ବେଶ ଅନୁଷ୍ଠିତ ହେବ।

➡️୩-ନିରବିଗଲେ ‘ନିରିମାଖି କୁଆଁରୀ’: ଓଡ଼ିଆ ଚଳଚ୍ଚିତ୍ର ଜଗତର ‘ପ୍ରଥମ ନାରୀ ଗୀତିକାର’ ବିନୋଦିନୀ ଦେବୀଙ୍କ ୮୬ ବର୍ଷ ବୟସରେ ଅନୁଗୁଳ ସହରର ଏକ ଘରୋଇ ଡାକ୍ତରଖାନାରେ ହେଲା ପରଲୋକ l

➡️୪-ଭିକାରିମୁକ୍ତ ହେବ ଭୁବନେଶ୍ଵର, ରାସ୍ତା କଡ଼ରେ ଭିକାରି ଦେଖିଲେ ଉଠାଇନେବ BMC ସ୍କ୍ୱାର୍ଡ l ଭୁବନେଶ୍ବର ମନ୍ଦିର ଓ ରାସ୍ତା କଡ଼ରେ ଆଉ ବୁଲିପାରିବେନି ଭିକାରି । ଖୁବ୍ ଶୀଘ୍ର ହେବ କାର୍ଯ୍ୟକାରୀ ।

➡️୫-ଦେବଗଡ଼ ଜିଲ୍ଲାର ବାରକୋଟ୍‌ରେ ପ୍ରତିଷ୍ଠା ହେବ ଜେଏମଏଫସି କୋର୍ଟ, ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୬-ପୁରୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ l କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା, ରତ୍ନଭଣ୍ଡାର ଖୋଲି ଗଣତି କରିବା ନେଇ କଲେ ଦାବି l

➡️୭-ଚିଲିକାରେ ପ୍ରଦୂଷଣ କମାଇବା ଏବଂ କାର୍ବନ ନିର୍ଗମନ ମାତ୍ରାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଏଣିକି ଚାଲିବ ସୌରଚାଳିତ ବୋଟ୍ l ଖୁବ୍‌ ଶିଘ୍ର ଏହିଯୋଜନା କାର୍ୟ୍ୟକାରୀ ହେବାକୁ ଯାଉଛି।

➡️୮-ୟୁପିଆଇ ପେମେଣ୍ଟ୍‌ରେ ସମସ୍ୟା ଯୋଗୁଁ ଦୁଃଖ ପ୍ରକାଶ କଲା ଷ୍ଟେଟ୍‌ ବ୍ୟାଙ୍କ l କହିଲେ ପ୍ରଯୁକ୍ତିରେ ଉନ୍ନତି କାର୍ଯ୍ୟ କରାଯାଉଥିବାରୁ ବ୍ୟାଙ୍କର ୟୁପିଆଇ ସେବାରେ ଅସ୍ଥିରତା ପରିଲକ୍ଷିତ ହୋଇଛି।

➡️୯-ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାରେ ଫ୍ୟାମିଲି କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ କଲେ ସାଂସଦ ଅନୁଭବ ମହାନ୍ତି l

➡️୧୦-ରିଲିଜ୍‌ ହେଲା ‘Tiger 3’ ର ଦମ୍‌ଦାର ଟ୍ରେଲର, ଦେଖିବାକୁ ମିଳିଲା କ୍ୟାଟ୍‌-ସଲମାନଙ୍କ ଆକ୍ସନ ପ୍ୟାକ୍‌ ଲୁକ୍‌ l

➡️୧୧-ପରଲୋକରେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ l

➡️୧୨-ଭୂଷଣ ଷ୍ଟିଲ ଉପରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ମନିଲଣ୍ଡ୍ରିଂ ସହ ଜଡ଼ିତ ମାମଲାରେ ଓଡ଼ିଶା ସମେତ ୩୦ଟି ସ୍ଥାନରେ ଇଡିର ହେଲା ରେଡ୍‌ l ଏହି ମାମଲା ୫୬ ହଜାର କୋଟି ଟଙ୍କାର ବ୍ୟାଙ୍କ୍‌ ଠକେଇ ସହ ଜଡ଼ିତ ।

➡️୧୩-ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ୬ ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କଲା CBI l

➡️୧୪-ବିମାନ ଚଳାଚଳ ନିୟମରେ ପରିବର୍ତ୍ତନ କଲେ ସରକାର, ଏଣିକି ୧୦ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ ପାଇଲଟ ଲାଇସେନ୍ସ l

➡️୧୫-ଆମେରିକୀୟ ଡଲାର ତୁଳନାରେ ଟଙ୍କା ହେଲା ଦୁର୍ବଳ, ଏଣିକି ଆମଦାନି, ବିଦେଶ ପାଠପଢ଼ା, ଭ୍ରମଣ ହେବ ମହଙ୍ଗା l

➡️୧୬-ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଭିତରେ ବଢୁଛି ତେଲ ଓ ସୁନା ଦର, ଆଗକୁ ଆହୁରି ଦର ବଢିବ l

➡️୧୭-ହମାସ ଆକ୍ରମଣ ପାଇଁ ନିଜକୁ ଦାୟୀ କଲେ ଇସ୍ରାଏଲ ଗୁଇନ୍ଦା ମୁଖ୍ୟ ସିନ ବେଟର l କହିଲେ- ବିଫଳତା ପାଇଁ ମୁଁ ଦାୟୀ l

➡️୧୮-ବିଶ୍ୱକପ 2023 : ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା l ଆଜି ଧର୍ମଶାଳାରେ ନେଦରଲାଣ୍ଡ୍‌ସକୁ ଭେଟିବ ଦକ୍ଷିଣ ଆଫ୍ରିକା l

➡️୧୯-ବିଶ୍ଵକପରେ ପ୍ରଥମ ବିଜୟ ହାସଲ କଲା ଅଷ୍ଟ୍ରେଲିଆ ଦଳ, ଶ୍ରୀଲଙ୍କାର ହ୍ୟାଟ୍ରିକ ପରାଜୟ l

➡️୨୦-ଇତିହାସରେ ପ୍ରଥମ, ଆସନ୍ତା ନଭେମ୍ବରରେ ହେବାକୁ ଥିବା ୭୨ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅତିକମ୍‌ରେ ଦୁଇଜଣ କିନ୍ନର (ଟ୍ରାନ୍ସଜେଣ୍ଡର) ପ୍ରତିଯୋଗୀ ଅଂଶଗ୍ରହଣ କରିବେ।

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଆନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ କ୍ୟାସେଟ୍ ଷ୍ଟୋର୍ ଦିବସ ll*
*🔅ଆଜି କଳା କବିତା ଦିବସ ll*
*🔅ଆଜି ବିଶ୍ୱ ଆଘାତ ଦିବସ ll*
*🔅ଆଜି ଜାତୀୟ ପାସ୍ତା ଦିବସ ll*
*🔅ଆଜି ଜାତୀୟ ଫାର୍ମାସି ଟେକ୍ନିସିଆନ୍ ଦିବସ ll*

*ବି. ଦ୍ର : ରାଜ୍ୟ ବାୟୁ ପ୍ରଦୂଷଣ ଯୋଗୁଁ ସ୍ନାୟୁଗତ ଦୁର୍ବଳତା, ହୃଦରୋଗ, ଆଜମା, ନିମୋକୋନିଓସିସ ଓ କ୍ୟାନସର୍ ଭଳି ରୋଗ ହେବାର ଆଶଙ୍କା ରହିଛି। ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ, ଜନହିତରେ ଜାରି ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*