ରେଙ୍ଗାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ 

IMG-20250917-WA0029
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଆଜି ୧୭ ସେପ୍ଟେମ୍ବର ବୁଧବାର ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ରେଙ୍ଗାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯକ୍ରମ ରେ ବିଭିନ୍ନ ପ୍ରକାର ର ପ୍ରାୟ ୨୫ ଟି ଫଳଗଛ ରୋପଣ କରାଯାଇଥିଲା। ନିକଟସ୍ଥ ଦେବ୍ରିଗର୍ଡ ଅଭୟାରଣ୍ୟ ର ଅଧିକାରୀ ଆବଶ୍ୟକ ଚାରା ପ୍ରଦାନ କରିଥିଲେ।ଏଥିରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେଙ୍ଗାଲି ର ଅଷ୍ଟମ, ନବମ, ଓ ଦଶମ ଶ୍ରେଣୀର ସମସ୍ତ ଛାତ୍ର ଛାତ୍ରୀ ବିଦ୍ୟାଳୟର ଶିକ୍ଷକ ଅଂଶୁମାନ ପ୍ରଧାନ ଓ ଭବାନୀ ଶଙ୍କର ପ୍ରଧାନ ଙ୍କ ନେତୃତ୍ୱରେ ନୂତନ ଭାବେ ଅର୍ଦ୍ଧନିର୍ମିତ ହୋଇଥିବା ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସାହାଯ୍ୟ କରିଥିଲେ।ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ସଂଘମିତ୍ରା ବିଶ୍ଵାଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ଥିଲେ।।

You may have missed