ଆଜିର ଖବର..
ଆସନ୍ତା ୨୫ ବା ୨୬ ତାରିଖ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଦେବୀଙ୍କ ପୂଜାର ପ୍ରାରମ୍ଭ ଷଷ୍ଠୀ ଓ ସପ୍ତମୀ ଦିନ ବର୍ଷା ହୋଇପାରେ
ଆରମ୍ଭ ହେବ ରାଜ୍ୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ। ୧୨ ସହରର ପବନକୁ ସଫା କରିବେ ସରକାର। ୫ ବର୍ଷରେ ଖର୍ଚ୍ଚ ହେବ ୧୫୦ କୋଟି
ଆଜି ମୋଦୀଙ୍କ ଜନ୍ମଦିନ ପାଳିବେ ରାଜ୍ୟ ସରକାର। ଗୋଟିଏ ଦିନରେ ଲଗାଯିବ ୭୫ଲକ୍ଷ ଗଛ।
ଆଜି ଦେବଶିଳ୍ପୀ ବିଶ୍ଵକର୍ମା ପୂଜା। ପାରାଦୀପ, ଝାରସୁଗୁଡା, କେନ୍ଦୁଝର, ରାଉରକେଲା ଉତ୍ସବ ମୁଖର
ରାଜ୍ୟରେ ମୋଟ ୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ ହେଲା
ହୀରାକୁଦର ଆଉ ଦୁଇଟି ଗେଟ ଖୋଲିଲା। ଏବେ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।
ଆସନ୍ତା ୨୭ ତାରିଖ ଶନିବାରରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା। ସେଦିନ ଶିକ୍ଷକ ସ୍କୁଲ ପାଠ ପଢ଼ାଇବେ ନା ପରୀକ୍ଷା ଦେବାକୁ ଯିବେ, ତାକୁ ନେଇ ଦ୍ବନ୍ଦ୍ୱ
ଗାଡ଼ି ଚଳାଇବା ବେଳେ ବିଭିନ୍ନ ସ୍ଥାନରେ ରିଲ୍ସ କରି ୫୯ ହଜାର ଟଙ୍କା ଫାଇନ ଦେଲେ ୪ ଜଣ, ଗାଡିର ଆରସି ଏବଂ ଡ୍ରାଇଭିଂ ଲାଇସେନ୍ସ ବାତିଲ।
ସରକାର କହୁଛନ୍ତି ସାର ପ୍ରଚୁର ପରିଣାମରେ ମହଜୁଦ୍ ଅଛି। କିନ୍ତୁ ଚାଷୀ କହୁଛନ୍ତି ସାର ପାଉନାହୁଁ। ସାର କୁଆଡେ ଯାଉଛି ଜଣାନାହିଁ
କୋରାପୁଟ ଜୟପୁର ଦଶହରା ଉତ୍ସବରେ ୬୦ରୁ ଅଧିକ ଆଦିବାସୀ ଗୋଷ୍ଠୀ ଯୋଗ ଦେବେ
କଳିଙ୍ଗାଘାଟିରେ ପାହାଡ଼ ଧସିଲା। ଗଞ୍ଜାମ ଓ କନ୍ଧମାଳ ସହ ପଶ୍ଚିମ ଓଡ଼ିଶା ବିଚ୍ଛିନ୍ନ, ଅତଡ଼ା ଖସି ରାସ୍ତା ଧୋଇଗଲା।
ନୟାଗଡ଼ ଦଶପଲ୍ଲାରେ ପହଁଚି ପାରିଲା ନାହିଁ ଗାଡି, ଭାରାରେ ବୋହିଲେ ଶବ
ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ, ଫୁସ୍ଫୁସ୍ ସଂକ୍ରମଣଜନିତ ସମସ୍ୟା ନେଇ ହସ୍ପିଟାଲ୍ରେ ଭର୍ତ୍ତି।
ଭୁବନେଶ୍ୱର ବଡ଼ଗଡ଼ ଓ କ୍ୟାପିଟାଲ୍ ଥାନା ଅଞ୍ଚଳରେ ରାତି ଅଧରେ ଫୁଟିଲା ୮ ବୋମା। ୨ ବାଇକ୍ରେ ଥିଲେ ୬ ଦୁର୍ବୃତ୍ତ। ପୋଲିସ ସ୍ତବଧ।
ପୁରୀ ବାଲି ହରଚଣ୍ଡୀ ପୀଠରେ ଗଣବଳାତ୍କାର ମାମଲାରେ ଆନ୍ଧ୍ରରୁ ଫେରାର ମୁଖ୍ୟ ଅଭିଯୁକ୍ତ ଗିରଫ।
ସମ୍ବଲପୁର ରେଙ୍ଗାଲିର ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ ମଣ୍ଡଳକୁ ଏନକାଉଣ୍ଟର, ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ବୁର୍ଲା ଭୀମସାରରେ ଭର୍ତ୍ତି।
ମାଲକାନଗିରି ମାଥିଲି ରେ ସରକାରୀ ହସପିଟାଲରେ ଶିଶୁକନ୍ୟା ଚୋରି। ତଦନ୍ତ କରିବୁ, କହିଲେ କର୍ତ୍ତୃପକ୍ଷ
କୋରାପୁଟ ବୈପାରିଗୁଡ଼ାରେ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର।
ଭଦ୍ରକରେ ଉଠା ଦୋକାନୀ ଓ ଜବର ଦଖଲକାରୀଙ୍କୁ ଉଚ୍ଛେଦ ବେଳେ ଉତ୍ତେଜନା, ବ୍ୟାପକ ପୁଲିସ୍ ମୁତୟନ
ବହିଷ୍କୃତ ଆଇଏଏସ୍ ଟ୍ରେନି ଅଫିସର ପୂଜା ଖେଦକରଙ୍କ ଘରୁ ଅପହୃତ ଟ୍ରକ୍ ଡ୍ରାଇଭର ଉଦ୍ଧାର
ଲଗାଣ ବର୍ଷା ଯୋଗୁଁ ଭୁସ୍ଖଳନ, ଜାମ୍ମୁ ଶ୍ରୀନଗର ରାଜପଥ ଅବରୋଧ, ହଜାର ହଜାର ଟ୍ରକ ଅଟକିଛି
ବିଜେପି ନେତୃତ୍ୱାଧୀନ ମେଘାଳୟରେ ହଠାତ୍ ଇସ୍ତଫା ଦେଲେ ୬୬% ମନ୍ତ୍ରୀ
ଭାରତୀୟ ଟିମ୍ ଜର୍ସିରେ ନୂଆ ପ୍ରଯୋଜକ ରହିବ ଆପୋଲ ଟାୟାର୍ସର ନାଁ ରହିବ
ଅନଲାଇନ୍ ବେଟିଂ ଆପ୍ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଯୁବରାଜ ଓ ଉଥାପ୍ପାଙ୍କୁ ଇଡି ସମନ।
ଏବେ ଇନସ୍ୟୁରାନ୍ସ, କ୍ୟାପିଟାଲ ମାର୍କେଟ, ଲୋନ ଇଏମଆଇ ପାଇଁ ଗୋଟିଏ ଦିନରେ ୟୁପିଆଇରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ
ଗୃହିଣୀଙ୍କ ପ୍ରୟାସରେ ସ୍ୱାମୀଙ୍କ ସମ୍ପତ୍ତି ସୃଷ୍ଟି ହେଲେ ମଧ୍ୟ ସ୍ତ୍ରୀଙ୍କୁ ଏହାର ମାଲିକାଣୀ ହେବାପାଇଁ ଆଇନ ନାହିଁ, କହିଲେ ଦିଲ୍ଲୀ ହାଇକୋର୍ଟ
ମସୁଦ ଆଝାର ପରିବାରକୁ ଭାରତୀୟ ସେନା ବିନାଶ କରିଛନ୍ତି ବୋଲି କହିଲା ଜୈଶ ଏ କମାଣ୍ଡର
ଦକ୍ଷିଣ-ପୂର୍ବ ଆଲାସ୍କାରେ ଏକ ହିମବାହ ତରଳିବା ପରେ ଆଲସେକ୍ ହ୍ରଦ ମଝିରେ ଏକ ‘ନୂତନ’ ଦ୍ୱୀପର ଆବିର୍ଭାବ ଘଟିଛି
=======================
ଅନ୍ତର୍ଜାତୀୟ ଛାତ୍ର ଦିବସ
ଜାତୀୟ ବାତରୋଗ ସଚେତନତା ଦିବସ
ଆଜି ବିଶ୍ୱ ରୋଗୀ ସୁରକ୍ଷା ଦିବସ
ଆଜି ଜନ୍ମଦିନ: ଜେମିନି ଗଣେଶନ, ନରେନ୍ଦ୍ର ମୋଦୀ, ୟୁସୁଫ ପଠାନ, ସୀତାକାନ୍ତ ମହାପାତ୍ର, ଆକାଶ ଦାସନାୟକ
ଆଜି ତିରୋଧାନ: ଲାଲା ଲଜପତ ରାୟ, ବାଲ ଠାକରେ
ଇତିହାସରେ ଆଜି: (୧୯୪୮) ଭାରତ ସହ ହାଇଦ୍ରାବାଦ ମିଶ୍ରଣ/ (୧୯୪୯) ଡିଏମକେ ଦଳ ପ୍ରତିଷ୍ଠା
=======================
*ବନ୍ଦେ ଉତ୍କଳ ଜନନୀ*
