November 26, 2024

ଭିଡିଓ କନଫେରେନସ ମାଧ୍ୟମ ରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି

Share

 

 

କୋଟପାଡ଼ ଦଶ ହରା ପଡିଆ ଠାରେ ବ୍ଲକ ପକ୍ଷରୁ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରିବା ପାଇଁ ଏକ ସଭା ର ଆୟୋଜନ ଆଜି କରାଯାଇଛି. ଏହି ଅବସର ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସ ମାଧ୍ୟମ ରେ ସୁଭଦ୍ରା ଯୋଜନା କୁ ଆରମ୍ଭ କରିଥିଲେ. ସିଡ଼ିପିଓ ଶ୍ରୀମତୀ ସୁମିତ୍ରା ଦେବୀ ତ୍ରିପାଠୀ ଯୋଗ୍ୟ ହିତାଧିକାରୀ ଙ୍କ ମାନ ଦଣ୍ଡ. ସୁଭଦ୍ରା ଅଧୀନରେ ସୁବିଧା ପାଇଁ ଆବଶ୍ୟକତା. ଆବେଦନ ପ୍ରକ୍ରିୟା. ସମସ୍ତ ଯୋଗ୍ୟ ମହିଳା ଙ୍କୁ ଏଥିରେ ସାମିଲ କରା ଯିବ ପ୍ରତି ବର୍ଷ ଅନ୍ତର୍ଜାତିକ ମହିଳା ଦିବସ ମାର୍ଚ୍ଚ ଆଠ ତାରିଖ ଏବଂ ରାଖୀ ପୁର୍ଣିମା ଦିନ ସେହି ମହିଳାଙ୍କ ଖାତା କୁ ଯିବ ବୋଲି ପ୍ରକାଶ କରିଥିଲେ. ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ ଦୋରାଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟ କ୍ରମ ରେ ସ୍ଥାନୀୟ ବିଧାୟକ ଶ୍ରୀ ରୁପୁ ଭତରା. ଏନ ଏ ସି ନିର୍ବାହୀ ଅଧିକାରୀ ପ୍ରମୋଦ ପାଢ଼ୀ ବ୍ଲକ ଅଧକ୍ଷା କୋମଳା ଭତରା. ଉପାଧ୍ୟାକ୍ଷ ତପନ ପାଣିଗ୍ରାହୀ. ସାଂସଦ ପ୍ରତିନିଧି ରମେଶ୍ୱେର ଜେନା. ଶେଖର ଦାସ. ଚିନୁ ମହାପାତ୍ର. ପୌରାଧକ୍ଷ ସଙ୍କର ରାଓ. ରାଜ ମହାନ୍ତି. କିଶୋର ମିଶ୍ର ଙ୍କ ସମେତ ଓ ଏଲ ଏମ. ଅଙ୍ଗନୱାଡି କର୍ମୀ. ସମସ୍ତ ପିଇଓ. ଜିଆରଏସ ଏବଂ ବ୍ଲକର କର୍ମ ଚାରି ଉପସ୍ଥିତ ଥିଲେ. ଜିପିଇଓ ସୁଧାଂଶୁ ରଥ କାର୍ଯକ୍ରମ କୁ ପରିଚାଳନା କରିଥିଲେ.

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.