September 21, 2024

ନିଆରା ଢଙ୍ଗରେ ପାଳନ କରିଲେ ହଜରତ ମହମ୍ମଦଙ୍କ ଜନ୍ମଜୟନ୍ତୀ ଉର୍ତ୍ସବ ପାଳନ କରିଛନ୍ତି ଭଗବାନପୁର ମୁସଲିମ ଗ୍ରାମବାସୀ l

Share

 

ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ର ଚିଲିକା କୂଳରେ ଭଗବାନପୁର ଗ୍ରାମ ର ବସ୍ତି ଓ ମାଣିକପାଟଣା ଗ୍ରାମରେ ବିଶ୍ଵନବି ମର୍ଯ୍ୟାଦା ପୁରୁଷ ହଜରତ ମହମ୍ମଦଙ୍କ ଜୟନ୍ତୀ ମହାସମାରୋହ ରେ ପାଳିତ କରାଯାଇଛି l ଆଜି ପ୍ରତ୍ୟୁଷରୁ ବସ୍ତିର ଆବାଳ ବୃଦ୍ଧବନିତା ଶୁଦ୍ଧପୁତ୍ତ ହୋଇ ମଦରସା ଅବଦୁଲ ରେହେମାନିଆ ହବିବିୟା ଠାରେ ସମବେତ ହୋଇ ସମସ୍ତେ ହାତରେ ପତାକା ଧରି ମହମ୍ମଦଙ୍କ ଭକ୍ତିକବିତା ଗାନକରି ଏକ ବିଶାଳ ଶୋଭାଯାତ୍ରା ଆରମ୍ଭ କରିଥିଲେ l ଅଲ୍ଲା ଓ ନବୀଙ୍କ ନାରାବାଜିରେ ଗ୍ରାମ ପରିକ୍ରମା କରି ଶହଶହ ଶ୍ରଦ୍ଧାଳୁ ମୁଖରେ ନବୀଙ୍କ ନାମ ରେ ଗ୍ରାମ ପ୍ରକମ୍ପିତ ହେଉଥିଲା l ଏହି ଶୋଭାଯାତ୍ରା ଦୁଇଘଣ୍ଟା ରୁ ଉର୍ଦ୍ଧ ଗ୍ରାମ ପରିକ୍ରମା କରି ପୀରଙ୍କ ନିକଟରେ ପହଞ୍ଚି ପୀର ପୀଠକୁ ଭାବଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ l ପୀରଙ୍କ ପୀଠସ୍ଥଳୀ ରେ ସମସ୍ତେ ସମବେତ ହୋଇ ଅଲ୍ଲା ଙ୍କୁ ପ୍ରାର୍ଥନା କରିଥିଲେ ଯେ ସଂସାର ରେ ଶାନ୍ତି ପ୍ରତିଷ୍ଠା ହେଉ, ଜଗତର କଲ୍ୟାଣ ହେଉ, ଏହାହିଁ ଥିଲା ହଜରତ ମହମ୍ମଦଙ୍କ ନୀତିବାଣୀ l ଏହି କାର୍ଯ୍ୟକ୍ରମ କୁ ଗ୍ରାମ ସଭାପତି ଅସରଫ ମହମ୍ମଦ, ସେକ ସହାବତ ଅଲ୍ଲୀ, ମହମ୍ମଦ ଇସରତ,ଅଲ୍ଲୀ ରିୟାଜ ମହମ୍ମଦ, ସନ ମହମ୍ମଦ ଓ ସୟିଦ ମହମ୍ମଦ ପରିଚାଳନା କରିଥିଲେ l ଏଥିରେ ସାହାଯ୍ୟ କରିଥିଲେ ଅବୁବକ ମହମ୍ମଦ, ମହମ୍ମଦ ତଜମୁଲ ହୋସେନ l ପୀରଙ୍କ ପୀଠରେ ସେବାୟତ ହାଜି ନୁଦୁଲ ହୋଦା, ମତୁଲୁବ ମହମ୍ମଦ, ନେମତ ଅଲ୍ଲୀ ପୂଜାର୍ଚନା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଶେଷରେ ସମସ୍ତେ ପ୍ରସାଦ ସେବନ କରି ଆନନ୍ଦଉଲ୍ଲାସ ରେ ଗୃହକୁ ପ୍ରତ୍ୟାବର୍ତନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l