August 18, 2026

ଉମରକୋଟ ସ୍ବାଧିନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ…………

IMG-20260817-WA0036
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ୮୦ ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଡିଏନକେ ସ୍ଥିତ ମିନି ଷ୍ଟାଡିୟମ ଠାରେ ଆୟୋଜିତ ମୁଖ୍ୟ ସମାରୋହରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସାଂସଦ ମାଝୀ ଜିଲ୍ଲାବାସୀ ତଥା ସମଗ୍ର ଦେଶବାସୀଙ୍କୁ ସମ୍ବୋଧିତ କରି ଦେଶର ସାମଗ୍ରିକ ବିକାଶ ଓ ପ୍ରଗତି ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ନୂଆ ଓ ବିକଶିତ ଭାରତ ଗଠନ ଦିଗରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ରହିଥିବା ସେ କହିଥିଲେ। ଏଥିସହ ପ୍ରଶାସନିକ ଅଧିକାରୀଙ୍କ ସମେତ ପ୍ରତ୍ୟେକ ନାଗରିକ ଲୋକଙ୍କ ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବା ସହ ବିକାଶର ଧାରାକୁ ଅବ୍ୟାହତ ରଖିବାକୁ ନିବେଦନ କରିଥିଲେ। ସମାରୋହରେ ସମ୍ମାନିତ ଅତିଥି ଭାବେ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁବେନ୍ଦୁ ଶବର, ଥାନା ଅଧିକାରୀ ଜୁଗଳ ଶବର,ତହସିଲଦାର ମେଘବାନ ବାଗ, କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ଅତିରିକ୍ତ ତହସିଲଦାର , ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ, ଏନସିସି ଶିକ୍ଷକ, ସମେତ ବହୁ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି, ଶିକ୍ଷକ- ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସହରବାସୀ ଉପସ୍ଥିତ ଥିଲେ

You may have missed