ଉମରକୋଟ ଠାରେ ଜୟ ହିନ୍ଦ୍ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ ର ସ୍ବାଧୀନତା ଦିବସ ପାଳିତ………….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)
ଜୟ ହିନ୍ଦ୍ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ।” ଉମରକୋଟ ସୌଜନ୍ୟ ରେ ୮୦ ତମ ସ୍ବାଧିନତା ଦିବସ, ମହା ଆଡ଼ମ୍ବରରେ ପାଳନ କରା ଯାଇଥିଲା। ସକାଳ ସଙ୍ଘର ପ୍ରାୟ ୬୦ ଜଣ ସଦସ୍ୟ ଓ ସଦସ୍ୟା କ୍ଲବ୍ ହାଉସ ଠାରେ ଉପସ୍ଥିତ ହୋଇଥିଲା। ଓ ସ୍ବାଧିନତା ଦିବସର ବିଭିନ୍ନ ସ୍ଲୋଗାନ ମଧ୍ୟରେ ପ୍ରକମ୍ପିତ କରୁଥିଲା। ସର୍ବ ବରିଷ୍ଠ ଏହା କାର୍ଯ୍ୟକ୍ରମ ରେ କ୍ଷିତିଶ ଚନ୍ଦ୍ର ମଣ୍ଡଳ ପତାକା ଉତ୍ତୋଳନ କରି ଥିଲେ। ପରେ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସଭା ପରିଚାଳନା କରିଥିଲେ ପି ସି ସେନଗୁପ୍ତ। ସ୍ବାଧିନତା ଦିବସ ଉପରେ ବକ୍ତୃତା ପ୍ରଦାନ କରିଥିଲେ, ରମେଶ ରାୟ, ଅଞ୍ଜଳି ବିଶ୍ୱାସ, ରାମେନ୍ଦ୍ର ନାଥ ବିଶ୍ୱାସ, ଓ ତପନ କୁମାର ପାଲ। ସୁଶୀଳା ଯୋଦ୍ଧାର ଏକ ଦେଶାତ୍ମ ବୋଧକ ଗୀତ ଗାନ କରିଥିଲେ। ପତାକା ଉତ୍ତୋଳନ ପରେ ଏକ ସଭାର ଆୟୋଜନ କରା ଯାଇଥିଲା। ସଭାପତି ମନ୍ମଥ ନାଥ ରାୟ ,ସଭା ପରିଚାଳନା କରିଥିଲା। ସମ୍ମାନୀୟ ଅତିଥି ଭାବରେ ସୁନିଲ କିର୍ତନିଆ, ପୂର୍ଣ୍ଣ ଚନ୍ଦ୍ର ସେନଗୁପ୍ତ ଓ ତପନ ପାଲ ଯୋଗଦାନ କରିଥିଲା। ସଂପୂର୍ଣ୍ଣ ସହଯୋଗ ଦାୟିତ୍ୱରେ ଥିଲେ , ଗଣପତି ରାୟ, ଅମଲ ହାଲଦାର, ରାମ କାନ୍ତ ବାଇନ, ନ ନି ଗୋପାଳ ରଣା, ଓ ନିମାଇ ଦାସ। ସହଯୋଗ କରିଥିଲେ।
