August 27, 2026
ajiro khabar
Share

 

 

 

 

 

୧-ଆଜି ଏକାସାଙ୍ଗରେ ଶ୍ରାବଣ ସୋମବାର ଓ ନାଗ ପଞ୍ଚମୀ, ଅପୂର୍ବ ସଂଯୋଗ;ଭଗବାନ ଶିବ ଏବଂ ନାଗ ଦେବତାଙ୍କ ଜଳାଭିଷେକ ଓ ପୂଜାର୍ଚ୍ଚନା କରିବା ଦ୍ୱାରା ମାନସିକ ଶାନ୍ତି, ସୁଖ-ସମୃଦ୍ଧି ଏବଂ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି।

 

୨-ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲା ଗସ୍ତ କରି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ।

 

୩-କଟକ:ଦାୟିତ୍ୱ ନେଲେ ଅନ୍ତରୀଣ ଡିଜିପି ବିନୟତୋଷ ମିଶ୍ର, ନାରୀ ସୁରକ୍ଷା ଓ ଡ୍ରଗ୍ସ ନିୟନ୍ତ୍ରଣକୁ ଗୁରୁତ୍ୱ ରହିବ।

 

୪-ଆଜି ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ।ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଗର୍ଭଗୃହରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।

 

୫-ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା ଓ କାଣୀ ନଦୀରେ ବନ୍ୟାଜଳ ହ୍ରାସ ପାଇଥିବା ବେଳେ ଏବେ ବିପନ୍ନଙ୍କୁ ଘାରିଛି କୁମ୍ଭୀର ଭୟ।ବନ୍ୟା ପାଣିରେ କୁମ୍ଭୀରଗୁଡିକ ଭିତରକନିକା ଅଭୟାରଣ୍ୟରୁ ନଦୀ ଅବବାହିକାକୁ ଚାଲିଆସିଛନ୍ତି।

 

୬-ଭୁବନେଶ୍ୱର:ଖୁରାନିଆଙ୍କ ବିଦାୟୀ ଅଭିଭାଷଣ;‘ଓଡ଼ିଶା ପ୍ରାୟ ନକ୍ସଲମୁକ୍ତ’।

 

୭-କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କୁଳସାହି ଆବାସିକ ବିଦ୍ୟାଳୟ:ହଠାତ ମାଡ଼ିଆସିଲା ବନ୍ୟା ପାଣି, ସ୍କୁଲ ଘରେ ଫସିଗଲେ ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ।

 

୮-ଭୁବନେଶ୍ୱର:ବନ୍ୟା ସ୍ଥିତି ତଦାରଖ ପାଇଁ ୩ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା।ବନ୍ୟା ଓ ବର୍ଷା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ୍।

 

୯-ପ୍ରବଳ ବର୍ଷା ପାଇଁ ଆଜି ବନ୍ଦ ରହିବ କେନ୍ଦୁଝର, ମୟୂରଭଞ୍ଜ,ଯାଜପୁର ଓ ଭଦ୍ରକ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ।

 

୧୦-ଖଲ୍ଲିକୋଟ:ପତାକା ଉତ୍ତୋଳନ ବେଳେ ରୋଚକ ପରିସ୍ଥିତି;ଅଧା ଉତ୍ତୋଳନ କଲେ ବ୍ଲକ୍ ଅଧ୍ୟକ୍ଷା,ଅଧା ଟାଣିଲେ ବିଡ଼ିଓ।

 

୧୧-ଭୁବନେଶ୍ୱର: ଖର୍ଚ୍ଚ ୧୫୦ କୋଟି,ସହର ସାରା ଖାଲଖମାରେ ଭର୍ତ୍ତି। ବିଭିନ୍ନ ବିଭାଗ ମଧ୍ୟରେ ନାହଁ ସମସ୍ୟା ସମନ୍ବୟ।

 

୧୨-ଜୁନାଗଡ଼:କଳାହାଣ୍ଡିର ଯୋଗ୍ୟ ପୁତ୍ର ମେଜର ସୁଧାଂଶୁ ପାଣି ବୀରତ୍ବ ସେନାପଦକ ପାଇଁ ରାଷ୍ଟ୍ରପତିଙ୍କ ଦ୍ଵାରା ମନୋନୀତ।

 

୧୩-ପିପିଲିର ମାଟିଆପଡ଼ାରେ ଜମିବାଡ଼ି ବିବାଦକୁ ନେଇ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ।

 

୧୪-ରେଢ଼ାଖୋଲ:୫୫ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା;ଟ୍ରଲର-ଟ୍ରକ୍ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର।

 

୧୫-UGC-NET 2026: ପ୍ରଶ୍ନପତ୍ରରେ ତ୍ରୁଟି, ଇଂରାଜୀ, କମର୍ସ ଓ ସୋସିଓଲୋଜୀରେ ପୁଣି ପରୀକ୍ଷା କରିବ ଏନ୍‌ଟିଏ, ଜାରି ହେଲା ସୂଚୀ।

 

୧୬-ଗଲ୍: ପ୍ରଥମ ଟେଷ୍ଟ;ପାଡିକଲଙ୍କ ୧୬୭,ଜୟସୂରିଆଙ୍କୁ ୪ ଓ୍ବିକେଟ୍, ଭାରତର ୯/୪୬୦।

 

୧୭-ଲକ୍ଷ୍ନୌ: ‘ଆଲମ ମାର୍ଟ’ରେ ୧୬ ଟଙ୍କିଆ ପୋଷାକ କିଣିବାକୁ ପ୍ରବଳ ଭିଡ଼, ଦଳାଚକଟା ସ୍ଥିତି; ଲାଠିମାଡ଼ କଲା ପୁଲିସ।

 

୧୮-ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ: ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

 

୧୯-୩୦୦ ୟୁନିଟ୍ ମାଗଣା ବିଜୁଳି! PM ସୂର୍ଯ୍ୟ ଘର ଯୋଜନାରେ ମିଳୁଛି ବଡ଼ ସବସିଡି।

 

୨୦-‘ବନ୍ଦେ ମାତରମ୍’କୁ ଅବମାନନା ଅଭିଯୋଗ ; ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ କହିଲେ ଅମିତ ଶାହ।

 

୨୧-ହଙ୍ଗେରୀ:ଡ୍ରାଇଭିଂ ବେଳେ ଶୋଇପଡ଼ିଲେ ଡ୍ରାଇଭର; ଓଲଟି ପଡ଼ିଲା ବସ୍, ୧୨ ପର୍ଯ୍ୟଟକଙ୍କ ମୃତ୍ୟୁ।

 

୨୨-ମସ୍କୋରେ ପ୍ରଳୟ ରଚିଲା ୟୁକ୍ରେନ ଡ୍ରୋନ, ଜଳିଗଲା ୱାଇଲ୍ଡବେରିଜ ଲଜିଷ୍ଟିକ୍ ସେଣ୍ଟର, ୬ ମୃତ।

 

୨୩-ଇରାନର ନୂଆ ସ୍କିମ୍, ଆମେରିକୀୟ ସୈନିକଙ୍କୁ ଜୀବିତ ଅଥବା ମୃତ ଧରାଇଦେଲେ ମିଳିବ ୩୦ ହଜାର ଡଲାର ପୁରସ୍କାର ।

 

 

 

🙏 *ସୁପ୍ରଭାତ* 🙏