ବ୍ଲକ ସ୍ତରୀୟ ବ୍ରୁସେଲୋସିସ ରୋଗ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
ରାମନାଗୁଡ଼ା ତା ୧୭/୮/୨୦୨୪ ରିଖ ରାମନାଗୁଡ଼ା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯକ୍ରମ (୨୦୨୩-୨୪) ଆନୁକୁଲ୍ୟ ରେ ବ୍ଲକ ସ୍ତରୀୟ ବ୍ରୁସେଲୋସିସ ରୋଗ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାମନାଗୁଡ଼ା ବ୍ଲକ ର ୧୨ ଗୋଟି ପଞ୍ଚାୟତ ରୁ ୩୦ ଜଣ ଗୋପାଳକ ଯୋଗଦାନ କରିଥିଲେ । ଉକ୍ତ କାର୍ଯକ୍ରମ ରେ ଡାକ୍ତର ଆଲୋକ କୁମାର ଆଚାର୍ଯ୍ୟ,ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ,ଗୁଣୁପୁର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସର୍ବ ପ୍ରଥମେ ଡାକ୍ତର କୃଷ୍ନାନନ୍ଦ ବେହେରା ,ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ରାମନଗୁଡl ସମସ୍ତଙ୍କୁ ସ୍ବାଗତ କରିବା ସହିତ ବ୍ରୁସେଲୋସିସ ରୋଗ ଉପରେ ଆଲୋକପାତ କରିଥିଲେ।ତାପରେ ଡାକ୍ତର ଆଲୋକ କୁମାର ଆଚାର୍ଯ୍ୟ ଏହି ରୋଗର କାରଣ,ଲକ୍ଷଣ ଓ ଏହାର ନିରାକରଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା (ଟୀକା) ଶ୍ରେୟସ୍କର ବୋଲି ମତ ପ୍ରକାଶ କରିଥିଲେ।ଏହି ରୋଗ ବ୍ରୁସେଲl ନାମକ ଜୀବାଣୁ ଦ୍ଵାରା ହୋଇଥାଏ।ପ୍ରାଣୀ ମାନଙ୍କୁ ଏହି ରୋଗ ହେଲେ ଗର୍ଭବତୀ ଗାଈ ମାନଙ୍କ ର ୭-୮ ମାସ ରେ ଗର୍ଭ ନଷ୍ଟ ହୋଇଯାଏ।ଯେହେତୁ ଏହା ଏକ ସଂକ୍ରାମକ ଏବଂ ଜୁନୋସେସ ରୋଗ ତେଣୁ ଏହା ପ୍ରାଣୀ ଙ୍କ ଠାରୁ ମଣିଷ ମାନଙ୍କୁ ବ୍ୟାପିଥାଏ। ମନୁଷ୍ୟ ମାନଙ୍କ ଠାରେ ଏହି ରୋଗ ହେଲେ ଭୀଷଣ ଜ୍ଵର ଓ ଆଣ୍ଠୁ ଓ ଅଣ୍ଟା ରେ ଭୀଷଣ ଦରଜ ଅନୁଭୂତ ହୁଏ। ତେଣୁ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଉପସ୍ଥିତ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଏହି ରୋଗର ଲିଫ୍ଲେଟ ବଣ୍ଟନ କରାଯାଇଥିଲା।ସର୍ବ ଶେଷରେ ଡାକ୍ତର ପାର୍ଥସାରଥୀ ସ୍ୱାଇଁ,ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ,ରାମନଗୁଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ।
ରିପୋର୍ଟ ସଞୀବ କୁମାର ଦାଶ