ନିମାପଡା ବିଜେପି ମଞ୍ଚନାଥ ମଣ୍ଡଳ କାର୍ଯ୍ୟାଳୟ ଠାରେ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୁତି ଦିବସ ପାଳନ କରାଯାଇଛି ..

IMG-20240817-WA0026
Share

ପୁରୀଜିଲ୍ଲା ଗୋପ ବ୍ଲକ ସୁବର୍ଣ୍ଣପୁର ଭାରତୀୟ  ଜନତା ପାର୍ଟି ମଞ୍ଚନାଥ ମଣ୍ଡଳ କାର୍ଯ୍ୟାଳୟ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ସ୍ମୁତି ଦିବସ ପାଳନ କରାଯାଇଛି ଏହି କାର୍ଯ୍ୟକ୍ରମକୁ ମଣ୍ଡଳ ସଭାପତି ରାଜୁ ନାୟକଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥିଭାବେ ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ, ଜିଲ୍ଲାପରିଷଦ ସଦସ୍ୟ ପ୍ରମୋଦ କୁମାର ରାୟ, ନିରଞ୍ଜନ ମିଶ୍ର, ନାରୀନେତ୍ର ସୌଦାମିନୀ ଅପାଙ୍କ ସହିତ ମଞ୍ଚନାଥ ମଣ୍ଡଳର ଭାରତୀୟ ଜନତା ପାର୍ଟିର ବରିଷ୍ଠ ସଦସ୍ୟମାନେ ଯୋଗଦାନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସ୍ମୁତିଚାରଣ କରିଥିଲେ l ପରେପରେ ଅଟଳବିହାରୀ ବାଜପେୟୀଙ୍କ ବିଷୟରେ ସମସ୍ତେ ନିଜନିଜର ଅଭିଭାଷଣ ରଖିଥିଲେ ସର୍ବଶେଷରେ ମଣ୍ଡଳ ସଭାପତି ରାଜୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed