ନାରୀ ନିର୍ଯାତନା ଏବଂ ସୌମ୍ୟାଶ୍ରୀ ଙ୍କ ମୃତ୍ୟୁ ପ୍ରତିବାଦ ରେ ଓଡ଼ିଶା ବନ୍ଦ ସଫଳ ..

ଆଜି କଂଗ୍ରେସ ଦଳ ସମେତ ରାଜ୍ୟ ର ଆଠ ଟି ବିଭିନ୍ନ ରାଜନୈତିକ ଦଳ ବାଲେଶ୍ଵର ସ୍ଥିତ ଫକିର ମୋହନ କଲେଜ ରେ ପେଟ୍ରୋଲ ଢାଳି ଏବଂ ଅଧ୍ୟାପକ ଙ୍କ ଦ୍ଵାରା ନିର୍ଯାତିତ ହୋଇ ମୃତ୍ୟୁ ବରଣ କରିଥିବା ସୌମ୍ୟାଶ୍ରୀ ଙ୍କ ଅକାଳ ମୃତ୍ୟୁ ପ୍ରତିବାଦ ଆଜି ସାରା ଓଡ଼ିଶା ବନ୍ଦ ହୋଇଥିବା ବେଳେ ଏହାର ପ୍ରଭାବ ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ରେ ମଧ୍ୟ ଦେଖିବାକୁ ମିଳିଛି। ମୋହନା ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ରମେଶ ଚନ୍ଦ୍ର ବିଷୋୟୀ ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଅଡବା, ଲୁହାଗୁଡ଼ି, ଚନ୍ଦ୍ରଗିରି, ଚାନ୍ଦିପୁଟ ଏବଂ ମୋହନା ରେ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ରେ ଦୋକାନ ବଜାର ସହ ଗାଡ଼ି ମଟର ସମେତ ଯାତ୍ରୀବାହୀ ବସ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ସ୍ଥାନୀୟ ପୋଲିସ ଅଞ୍ଚଳ ରେ କଡା ପହରା ଦେଉଥିବା ଦେଖିବାକୁ ମିଳିଛି।
