ପ୍ରଗତି ମହିଳା ସଙ୍ଗଠନ ତରଫରୁ5 ସୌମ୍ୟାଶ୍ରୀ ବିଶି ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ପାରଳାଖେମଣ୍ଡି– ସନ୍ଧ୍ୟାରେ ସ୍ଥାନୀୟ ରାଜବାଟି ନିକଟରେ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ସ୍ୱର୍ଗତା ସୌମ୍ୟାଶ୍ରୀ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ପାରଳାଖେମୁଣ୍ଡି ସହରର ବିଶିଷ୍ଠ ବ୍ୟକ୍ତି ସମେତ ମହିଳା ମାନେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଗତି ମହିଳା ସଙ୍ଗଠନର ସଭାପତି କଳ୍ପନା ପଟ୍ଟନାୟକ, ସମ୍ପାଦିକା ତନୁଜା ଶତପଥୀ,ଉପ ସଭାପତି ଲୋକନାଥ ମିଶ୍ର, ଇତିଶ୍ରୀ ମହାପାତ୍ର, ଡ.ଭାରତୀ ପାଣିଗ୍ରାହୀ, ମାନସୀ ପଣ୍ଡା,ପ୍ରଫୁଲ୍ଲ ବେବର୍ତ୍ତା,ଇପ୍ସିତା ପାଢୀ, ଡାକ୍ତର ମୁର୍ମୁ,ବିଚିତ୍ରାନନ୍ଦ ବେବର୍ତ୍ତା, ହରିମୋହନ ପଟ୍ଟନାୟକ, ରବିନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞଳି ସହ ଅମର ଆତ୍ମା ର ସଦଗତି କାମନା କରିଥିଲେ।
