ରାଜ୍ୟରେ କ୍ରମବର୍ଦ୍ଦିଷ୍ଟୁ ନାରୀ ନିର୍ଯାତନା, ପିତୃସତ୍ତାତ୍ମକ ଦମନ ଓ ଏଫ୍ ଏମ୍ କଲେଜ ଛାତ୍ରୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ଓ ପ୍ରାୟୋଜିତ ହତ୍ୟାର ପ୍ରତିବାଦରେ ୧୭ ଜୁଲାଇ ଓଡ଼ିଶା ବନ୍ଦ କୁ ସଫଳ କରନ୍ତୁ* *ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର..
ଭୁବନେଶ୍ୱର, ତା ୧୬/୦୭. ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମାହୁତି ଆମ ସମସ୍ତଙ୍କ ସମ୍ମୁଖରେ ଏକ ଆହ୍ୱାନ ଯେ ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ଆମ ଦେଶର ମହିଳା ସୁରକ୍ଷିତ ନାହାନ୍ତି ଏପରିକି ନିଜ ଦଳ କ୍ଷମତାସୀନ ଥାଇ ମଧ୍ୟ ଛାତ୍ର ସଂଗଠନର ନେତୃତ୍ୱ ନେଉଥିବା ଛାତ୍ରୀଙ୍କ ଉପରେ ପିତୃସତ୍ତାତ୍ମକ ଅତ୍ୟାଚାର ଓ ଅକଥନୀୟ ଅତ୍ୟାଚାର ର ଶିକାର ହୋଇ ଜୀବନ ହାରିବାକୁ ପଡୁଛି। ଏହା ବିରୁଦ୍ଧରେ ଓଡ଼ିଶାର ପ୍ରତି ପରିବାର ର ବାପା, ମା, ଭାଇ, ଭଉଣୀ ସ୍ବର ଉତ୍ତୋଳନ କରିବାର ସମୟ ଆସିଛି। ଆସନ୍ତା କାଲି ଅର୍ଥାତ୍ ୧୭ ଜୁଲାଇ ଓଡ଼ିଶା ବନ୍ଦ କୁ ସଫଳ କରିବା ସହ ସାମିଲ ହେବାକୁ ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ବିନମ୍ର ନିବେଦନ କରୁଅଛି।
ମନୁ ସଂହିତା ବୈଚାରିକ ଆଧାରରେ ଠିକ୍ ୧୦୦ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ(ଆର୍ ଏସ୍ ଏସ୍) ମହିଳା ଏବଂ ଦଳିତ ବିରୋଧୀ। ଏହି ସଂଗଠନ ଆଜି କ୍ଷୁଦ୍ର ରୁ ବ୍ୟାପକ ସ୍ତରରେ ବିଭିନ୍ନ ସଂଗଠନ ନାମରେ ରାଜ କରୁଛି ଏବଂ ଏହାର ରାଜନୈତିକ ଦଳ ମୋଦି, ମୋହନ, ମନମୋହନ ନେତୃତ୍ବାଧିନ ବିଜେପି ସରକାର ଆମ ଶାନ୍ତି ପ୍ରିୟ ଓଡିଶାର ଜଳ, ଜଙ୍ଗଲ, ଜମି, ଖଣି, ଖାଦାନ କୁ କର୍ପୋରେଟ କମ୍ପାନୀ ହାତକୁ ଟେକି ଦେବା ସହ ଯୁବା ଙ୍କୁ ଶସ୍ତା ଶ୍ରମିକ ଭାବେ ଖଟାଇ ଚାଲିଛି। ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କୁ ରୋକିବା ପାଇଁ ଧର୍ମ, ଜାତି, ସଂପ୍ରଦାୟ ଏବଂ ଆଞ୍ଚଳିକତା ନାମରେ ଘୃଣାର ରାଜନୀତି କରି ଆମ ଏକତାକୁ ଭାଙ୍ଗିବା ସହ ପିତୃସତ୍ତାତ୍ମକ ଦମନକୁ ତୀବ୍ର କରି ନାରୀ ନିର୍ଯାତନା କୁ ବ୍ୟାପକ କରି ଆମ୍ ମା, ଭଉଣୀ ଙ୍କ ଇଜ୍ଜତ ସହ ଖେଳିବା, ଅକଥନୀୟ ଅତ୍ୟାଚାର କରି ମାରିବା ଘଟଣା ମାଲକାନଗିରି, ଗୋପାଳପୁର, ବ୍ରହ୍ମପୁର, ବାଲେଶ୍ଵର ର ଛାତ୍ରୀଙ୍କ ପର୍ଯ୍ୟନ୍ତ ଏହାର ଜ୍ୱଳନ୍ତ ଉଦାହରଣ। ଏହା ବିରୁଦ୍ଧରେ ଆମେ ସମସ୍ତେ ସାମିଲ ହୋଇ ଓଡ଼ିଶା ବନ୍ଦକୁ ସଫଳ କରି ଡବଲ ଇଞ୍ଜିନ ସରକାର କୁ ଚେତାଇ ଦେବାକୁ ହେବ ଯେ ରାଜ୍ୟ ର କ୍ରମବର୍ଦ୍ଦିଷ୍ଟୁ ନାରୀ ନିର୍ଯାତନା ବିଜେପି ସରକାର କୁ ଧୁଳିସାତ କରିଦେବ। ମନେରଖିବା ଉଚିତ୍ ଯେ ଛବିରାଣୀ ହତ୍ୟାକାଣ୍ଡ ଯେପରି କଂଗ୍ରେସ କୁ ପତନ କରିଥିଲା, ସେହିପରି ମମିତା, ବେବିନା ଆଦି ହତ୍ୟାକାଣ୍ଡ ବିଜେଡି ସରକାର ପାଇଁ କାଳ ହୋଇଥିଲା। ବିଶ୍ବ ଗୁରୁ, ୫୬ ଇଞ୍ଚ ଛାତିର ପ୍ରଧାନମନ୍ତ୍ରୀ, ଆଦିବାସୀ ଜାତିର ମୂଖ୍ୟମନ୍ତ୍ରୀ ଏବଂ ମହିଳା ରାଷ୍ଟ୍ରପତି ଥାଇ ଯଦି ମହିଳାଙ୍କ ଉପରେ ପ୍ରତିଦିନ ଅତ୍ୟାଚାର ହେବ ତା ବିରୁଦ୍ଧରେ ସମସ୍ତେ ଏକ ହୋଇ ରାଜରାସ୍ତାରେ ପ୍ରତିବାଦର ସ୍ବର ହିଁ ଆମ ରାଜ୍ୟ ଏବଂ ପରିବାରର ଝିଅ, ବୋହୁଙ୍କୁ ରକ୍ଷା କରିପାରିବ।
ନିବେଦକ
କମ୍ରେଡ ପ୍ରମିଳା, ରାଜ୍ୟ ସଂପାଦିକା
ଓଡ଼ିଶା ରାଜ୍ୟ କମିଟି
ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର
