October 5, 2024

ପ୍ରେରଣା ଆନ୍ତର୍ଜାତୀୟ ସବୁଜ ବାହିନୀ ତରଫରୁ ବୃକ୍ଷରୋପଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ..

Share

 

 

ବୋଲଗଡ଼,(ଉପାନ୍ତ ଖବର) :ପ୍ରେରଣା ଆନ୍ତର୍ଜାତୀୟ ସବୁଜ ବାହିନୀ ତରଫରୁ ବୋଲଗଡ଼ ବ୍ଲକ ର ସବୁଜ ବାହିନୀ ର ସେନାପତି ତଥା ମୂଖ୍ୟମନ୍ତ୍ରୀ ପୁରଷ୍କାର ପ୍ରାପ୍ତ ଶିକ୍ଷକ ସାନନ୍ଦ କୁମାର ସାହୁଙ୍କ ଆବାହକତ୍ବରେ ଖୋର୍ଦ୍ଧା ଶିକ୍ଷା ପ୍ରଶିକ୍ଷଣ ଠାରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଖୋର୍ଦ୍ଧା ର ଶିକ୍ଷକ ପ୍ରଶିକ୍ଷିକା ବୀଣାପାଣି ପାଢୀଙ୍କ ସଭାପତିତ୍ବରେ ବୃକ୍ଷସଚେତନତା କାର୍ଯ୍ୟ କ୍ରମ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅନୁଷ୍ଠାନର ଅଧ୍ୟକ୍ଷ ତାପସ କୁମାର ନାୟକ ବହୁ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ। ୨ୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ପ୍ରବନ୍ଧ,କୁଇଜ୍ ପ୍ରତିଯୋଗିତା କରାଯାଇଥିଲା। ଏହି ଅନୁଷ୍ଠାନ ର ପ୍ରଶିକ୍ଷିକା ଓ ଅନ୍ୟାନ୍ୟ ପ୍ରଶିକ୍ଷକ ସହଯୋଗ କରିଥିଲେ। କୁଇଜ ବିଭାଗରେ ନିର୍ମଳ କୁମାର ସାହୁ (ପ୍ରଥମ) ,ଲୋପାମୁଦ୍ରା ବେହେରା (୨ୟ) ,ଏବଂ ଅଙ୍କିତା ପ୍ରିୟଦର୍ଶିନୀ ବେହେରା(୩ୟ) ସ୍ଥାନ ପାଇଥିବା ବେଳେ ଚିତ୍ରାଙ୍କନ ବିଭାଗ ରେ ରୁପଶ୍ରୀ ନାୟକ(୧ମ), ଲୋପାମୁଦ୍ରା ବେହେରା (୨ୟ), ପ୍ରଭାତୀ ସିଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାୟକଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ପୂର୍ବରୁ ବହୁବାର ଅନୁଷ୍ଠାନ ପରିସର ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶେଷ ରେ ଶିକ୍ଷକ ଓ ପ୍ରଶିକ୍ଷିକା ଶ୍ରୀମତୀ ପାଢୀ ଏବଂ ଶ୍ରୀଯୁକ୍ତ ସାହୁ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।