October 5, 2024

ରଥ ନିକଟରେ ଭଜନ ସହ ଭାଗବତ ପାଠ କାର୍ଯ୍ୟକ୍ରମ 

Share

 

 

 

କାଶୀନଗର ଜଗନ୍ନାଥ ମନ୍ଦିର ତରଫରୁ ବାହୁଡା଼ ଯାତ୍ରା ମହା ଆଡମ୍ବର ସହିତ ଶ୍ରୀ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ମାଙ୍କୁ ପହଣ୍ଡି କରି ରଥରେ ବସାଇ କାଶୀନଗର ବସ ଷ୍ଟାଣ୍ଡ ନିକଟକୁ ନେଇ ଥିଲେ. ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଦେଖିବା ପାଇଁ ବହୁ ଦୂର ଦୁରାନ୍ତ ରୁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟୁଥି ବା ଦେଖି ମହନ୍ତ ମହାରାଜ ପଦ୍ମଚରଣ ଦାସଙ୍କ ପରାମର୍ଶ କ୍ରମେ ଏକ ଭକ୍ତି ମୟ ପରିବେଶ ସୃଷ୍ଟି କରିବା ପାଇଁ ରଥ ନିକଟରେ ଶ୍ରୀ ଜଗନ୍ନାଥଙ୍କ ଭଜନ ସହ ଭାଗବତ ପାଠ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି.ଶ୍ରୀ ଜଗନ୍ନାଥଙ୍କ ଦର୍ଶନକୁ ଆସୁଥିବା ଭକ୍ତ ମାନେ ଭାଗବତ ଶୁଣି ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ଆମ ପ୍ରତିନିଧିଙ୍କୁ ସାକ୍ଷାତ କରି ଜଣେ ଭକ୍ତ କହିଛନ୍ତି. ଏହି ଭାଗବତ ପାଠ ମିନତୀ ପଣ୍ଡା, ହରି ଭାଇ, ଗୋପାଳ ରାଓ ଓ ଗଗନ ନାୟକ ପାଠ କରୁଥିବା ବେଳେ ଶ୍ରୀ ଲକ୍ଷ୍ମୀ ନାରାୟଣ ସଂକୀର୍ତନ ମଣ୍ଡଳୀ ସଂକୀର୍ତନ କରିଥିଲେ. ମିନତୀ ପଣ୍ଡା ଶ୍ରୀ ଜଗନ୍ନାଥଙ୍କ ଭଜନ ପରିବେଷଣ କରି ଭକ୍ତ ମାନଙ୍କୁ ଆପ୍ୟାୟିତ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ଆନ୍ଧ୍ର ଓ କାଶୀନଗର ର ଆଖ ପାଖ ଅଞ୍ଚଳର ବହୁ ଭକ୍ତ ସମାଗମ ହୋଇଥିବା ଦୃଷ୍ଟି କୁ ଆସିଥିଲା. ଏହି କାର୍ଯ୍ୟକ୍ରମ ରମାକାନ୍ତ ପାତ୍ର,ଆନନ୍ଦ ଚନ୍ଦ୍ର ପାତ୍ର, ଓ ଭାସ୍କର ସାମନ୍ତରା ପରିଚାଳନା କରିଥିବା ବେଳେ ଏଲ. ରାମରାଓ ରାଧାନାଥ ଚୌଧୁରୀ ଓ ରବି ନାୟକ ସହଯୋଗ କରିଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର