October 5, 2024

ଉମରକୋଟ ରେ ନିଃଶୁଳ୍କ ବିଶାଳ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ……….. 

Share

 

ଉମରକୋଟ:-(ଏମ.ଦିନ°ଶୁ ଆଚାରୀ) ଉମରକୋଟ ସହର ର ୮ ନମ୍ବର ୱାର୍ଡ ରେ ଆସୁଥିବା କେନାଲ ସାହି ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ର ଠାରେ ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଦୁର୍ଗ। ବାହିନୀ ର ମିଳିତ ଆନୁକୁଲ୍ୟରେ ନିଶୁଳ୍କ ବିଶାଳ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହେଇଥିଲା। ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି କୃପା ରାମ ସାହୁ ଏହାର ଉଧ ଘାଟନ କରି ଥିଲେ। ଏହି ଶିବିର ଆୟୋଜନ ମୂଖ୍ୟ ଲକ୍ଷ ଥିଲା ଲୋକଙ୍କ ନିକଟ କୁ ସ୍ଵାସ୍ଥ୍ୟ ସୁବିଧା ଜଗେଇବା ଓ ସ୍ଵାସ୍ଥ୍ୟ ଓ ନିଜ ପରିବେଶ କୁ କିପରି ସ୍ୱଚ୍ଛ ରଖିବା ଏହାର ମୂଳ ଲକ୍ଷ୍ୟ ଥିଲା। ଆଜିର ଏହି ଶିବିର କୁ ଡଙ୍ଗରି ସାହି, ଭଗବତୀ ନଗର, କେନାଲ ସାହି ଓ ଟିକିରା ସାହି ର ପ୍ରାୟ ୨୦୦ ରୋଗୀ ଶିବିର କୁ ଆସି ନିଜ ନିଜ ସ୍ଵାସ୍ଥ୍ୟ ପରୀକ୍ଷା କରାଇ ଥିଲେ। ଆଜି ଏହି ଶିବିର କୁ ଆଜି ବେଶି ଭୁତାଣୁ ଜ୍ଵରରେ ପୀଡ଼ିତ ରୋଗୀ ମାନେ ଆସିଥିଲେ । ସମସ୍ତ ଙ୍କ ରକ୍ତ ଚାପ ପରୀକ୍ଷା ଓ ରକ୍ତ ନମୁନା ପରୀକ୍ଷା ବିଶେଷ କରି ମ୍ୟାଲେରିଆ, ଡେ଼ଙ୍ଗୁ ଓ ଟାଇଫାଏଡ ଜ୍ଵର ର ରକ୍ତ ନମୁନା ପରୀକ୍ଷା କରିବା ସହ ସହ ରୋଗୀ ମାନଂକୁ ମାଗଣା ରେ ଔଷଧ ମଧ୍ୟ ବିତରଣ କରା ଯାଇଥିଲା। ଏହି ଶିବିର ରେ ଉମରକୋଟ ସବ ଡିଭିଜନ।ଲ ହସ୍ପିଟାଲ୍ ଓ ପୂଜାରୀ ଗୁଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମାନେ ରୋଗୀ ପରୀକ୍ଷା କରିଥିଲେ। ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡକ୍ଟର ସୁମନ୍ତ ରାଉଳ, ଡକ୍ଟର ସବ୍ୟସାଚୀ ଦାସ, ଡକ୍ଟର ମାନସ ପାଣିଗ୍ରାହୀ ,ଡକ୍ଟର ଅଭିଷେକ ଓ ଡକ୍ଟର ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ରୋଗୀ ଙ୍କୁ ଚିକିତ୍ସା କରି ଥିଲେ। ଫାର୍ମାସିଷ୍ଟ ଉତ୍ପଳ ଦେବ ନାଥ, ସୁଶାନ୍ତ ସାହୁ, ଚର୍ଚ୍ଚିକା ନାୟକ, ଏଏନ୍ଏମ୍ ସସ୍ମିତା ସାହୁ, ଲେବ ଟେକ୍ନିସିଆନ ଜୀବନ ବାବୁ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ଆଶ। ଦିଦି ମାନେ ସଂପୂର୍ଣ୍ଣ ସହଯୋଗ କରି ଥିଲେ। ଏହି ଶିବିର ଟି ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି କୃପା ରାମ ସାହୁ, ପ୍ରଖନ୍ଦ୍ଦ ପ୍ରମୁଖ ଅଶୋକ କୁମାର ପ୍ରଧାନ, ବଜରଙ୍ଗ ଦଳ ସଂଗଠନ ପ୍ରମୁଖ ସନ୍ତୋଷ କୁମାର ଜେନା, ଜିଲ୍ଲା ପ୍ରମୁଖ ସୁମିତ ଦୋଳେଇ, ଦୁର୍ଗ। ବାହିନୀ ଜିଲ୍ଲା ପ୍ରମୁଖ ପ୍ରିୟଙ୍କା ପ୍ରଚଣ୍ଡ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିର ଟି ଅନୁଷ୍ଠିତ ହେଇ ଥିଲା। ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ର ଶତାଧିକ କର୍ମୀ ଏହୀ ଶିବିରର ସଫଳ ଆୟୋଜନ ରେ ସକ୍ରୀୟ ସହୋଜଗ କରି ଥିଲେ।